July 1, 2024

୧୪ ଫୁଟିଆ ଅହିରାଜ ସାପ ଉଦ୍ଧାର

Share

ବୁଗୁଡା : ତା ୨୨/୦୬/୨୪ : ବୁଗୁଡା ବ୍ଲକ ଅନ୍ତର୍ଗତ ଭଗବାନପୁର ଗାଁ ଛକ ନିକଟସ୍ଥ ଏକ କୂଅରୁ ୧୪ ଫୁଟ ଲମ୍ବର ଅହିରାଜ ସାପଟିଏ ଉଦ୍ଧାର କରାଯାଇଥିବା ଜଣାଯାଇଛି । ପ୍ରକାଶ ଯେ , ଆଜି ଅପରାହ୍ନରେ ବିଲମାଳରେ ଥିବା କୂଅରେ ଦୀର୍ଘକାୟ ସାପଟିଏ ଥିବାର ଲୋକେ ଦେଖିବାକୁ ପାଇଲେ । ସାପଟି ଗାଁ ଭିତରକୁ ପଶି ଆସିବ ବୋଲି ଆଶଙ୍କା କରି ଲୋକେ ଭୟଭୀତ ହୋଇପଡିଲେ । ଏ ନେଇ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ହରିଶ ପାଢୀଙ୍କୁ ଲୋକେ ଖବର ଦେଇଥିଲେ । ହରିଶ୍ ଘଟଣା ସ୍ଥଳରେ ପହଞ୍ଚି କୌଶଳରେ ସାପଟିକୁ କୂଅ ଭିତରୁ ଉଦ୍ଧାର କରିଥିଲେ । ଏହା ପରେ ସେହି ସାପଟିକୁ ନିକଟସ୍ଥ ଜଙ୍ଗଲରେ ଛଡା ଯାଇଥିଲା ।

You may have missed