July 1, 2024

ଭକ୍ତ ପୂର୍ଣ୍ଣଚନ୍ଦ୍ରଙ୍କ ଘରେ ଶ୍ରୀଜୀଉଙ୍କ ହାତୀବେଶ

Share

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ଗୁଣୁପୁର ଶ୍ରୀନଗର ବାସିନ୍ଦା ଅବସରପ୍ରାପ୍ତ ଶିକ୍ଷକ ତଥା ମହାପ୍ରଭୁ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ନିଜ ବାସ ଭବନରେ ଶ୍ରୀଜୀଉଙ୍କ ସ୍ନାନ ଉତ୍ସବ ଶ୍ରୀକ୍ଷେତ୍ର ରୀତିନୀତି ଅନୁଯାୟୀ ସମାପନ କରିଛନ୍ତି । ବଡ଼ି ଭୋରୁ ମଙ୍ଗଳାରତୀ ବାଳ ଧୂପ ବଢିବା ପରେ ଧାଡି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହଙ୍କୁ ସ୍ନାନ ମଣ୍ଡପ ରେ ବିଜେ କରାଇ ଅଭିମନ୍ତ୍ରିତ ଜଳ ରେ ସୁବାସିତ ଦ୍ରବ୍ୟ ଯୁକ୍ତ କରି ସ୍ନାନ କାର୍ଯ୍ୟ ସମ୍ପାଦନ କରିଥିଲେ । ପରେ ଶ୍ରୀଜୀଉଙ୍କ ଦୁର୍ଲ୍ଲଭ ହାତୀ ବେଶ ଅନୁଷ୍ଠିତ ହୋଇଥିଲା । ନିଜ ହାତରେ କାଳିଆ ସାଆନ୍ତେ ଙ୍କୁ ହାତୀ ବେଶ ବା ଗଜାନନ ବେଶରେ ସୁସଜ୍ଜିତ କରିଥିଲେ । ଆଖପାଖ ର ବହୁ ଶ୍ରଦ୍ଧାଳୁ ଏହି ଦୁର୍ଲ୍ଲଭ ବେଶ କୁ ଦର୍ଶନ କରିଥିଲେ ।

You may have missed