July 1, 2024

ଯୋଗ ଦିବସ ସହ କ୍ଲଷ୍ଟର ଶିକ୍ଷକ ବୈଠକ

Share

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ବୁଡୁବାଲି ବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସହ କ୍ଲସ୍ଟର ସ୍ତରୀୟ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଶିକ୍ଷକ ରାମଚନ୍ଦ୍ର ପାଢ଼ୀ ପିଲାଙ୍କୁ ଯୋଗ କରାଇବା ତାଲିମ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷକ ସୁଦର୍ଶନ ଅଦଙ୍ଗାକା, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ସୀମା କେପ୍ରୁଟିକା,ମେଟ୍ରୋନ ସବିତା ଗୌଡ଼ ପ୍ରମୁଖ ଉପସ୍ଥିତ ରହି ଯୋଗ ଦିବସ ପାଳନ କରିଥିଲେ । ଜାରପା କ୍ଲଷ୍ଟର ସ୍ତରୀୟ ବୈଠକରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ ଶବର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସିଙ୍ଗନା ତାଡିଙ୍ଗ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ବାଳକୃଷ୍ଣ ବିହାରୀ ସଭାପତିତ୍ୱ କରିଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହେମନ୍ତ ମଲ୍ଲିକ ଶିବିର ପରିଚାଳନା କରିଥିଲେ । ମନୋଜ ଗମାଙ୍ଗ ଓ ମଧୁମିତା ବଳ ପରିଦର୍ଶନ କରି ଉପସ୍ଥିତ ଶିକ୍ଷକ ସମାଜକୁ ଦିଗଦର୍ଶନ ଦେଇଥିଲେ । ଶିବିରରେ ୧୮ ଜଣ ପ୍ରଧାନ ଶିକ୍ଷକ,୧୮ ଜଣ ଏଫ ଏଲ ଏନ ଡେଡିକେଟଡ଼ ଶିକ୍ଷକ ଯୋଗଦାନ କରିଥିଲେ ।

You may have missed