July 1, 2024

ଫେଲ ମାରିଲା ପ୍ରତି ପଞ୍ଚାୟତକୁ ନବୀନ ସରକାରଙ୍କ ୫୦ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ଅନୁଦାନ,ମୋହନ ସରକାର ଉପରେ ନିର୍ଭର କରୁଛି ଅନୁଦାନ ରାଶିର ଭବିଷ୍ୟତ

Share

 

ଭୁବନେଶ୍ବର:ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ସରକାର ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ଅନୁଦାନ ଦେଇଥିଲେ।ଏପରିକି ନବୀନ ସରକାରଙ୍କ ବିଭିନ୍ନ ଯୋଜନାର ପ୍ରଚାର,ପ୍ରସାର ପାଇଁ ‘ଆମ ଓଡିଶା ନବୀନ ଓଡିଶା’ ନାମରେ ପ୍ରତି ପଞ୍ଚାୟତରେ ମୋଟା ଅଙ୍କର ଅର୍ଥ ଖର୍ଚ କରାଯାଇ ଜନ ସଚେତନତା ସଭା କରାଗଲା।ଯାହା ଥିଲା ପ୍ରଭାବ ଶୂନ୍ୟ ଓ ଏହି ସଭା ଗୁଡିକରେ ଏହି ସ୍ୱତନ୍ତ୍ର ଅନୁଦାନରେ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ସହିତ ନିଜ ପଞ୍ଚାୟତର ମନ୍ଦିର,ମସଜିଦ୍ ଓ ଗୀର୍ଜା ଗୁଡିକର ସୁରକ୍ଷା ତାର ରକ୍ଷଣା ବେକ୍ଷଣ ସହିତ ଆନୁସଙ୍ଗିକ କାର୍ଯ୍ୟ କରାଯିବ ବୋଲି ଘୋଷଣା କରାଯାଇଥିଲା।କିନ୍ତୁ ଅତି ତରବରିଆ ଭାବେ କୌଣସି ପ୍ରକାର ଯୋଜନା ନଥାଇ କିମ୍ବା ଲେଆଉଟ୍ ନଦେଇ ଦଳିୟ ସ୍ୱାର୍ଥରେ ଓ ନିଜ ସମର୍ଥିତ ନେତା ଓ ଠିକାଦାର ହାତରେ ଏହାକୁ ନ୍ୟସ୍ତ କରାଗଲା।ଫଳରେ ଏହାର ମରାମତି ବା ନବୀକରଣ ନାମରେ ଯାହା କିଛି ହୋଇଛି ତାହା ଗ୍ରାମବାସୀଙ୍କ ପ୍ରତି ଉପହାସ ଭଳି ଓ ଧର୍ମ ଭାବନା ପ୍ରତି କୁଠାରଘାତ ବୋଲି ବର୍ତ୍ତମାନ ବଡ ଆଭିଯୋଗ ସାମ୍ନାକୁ ଆସିଛି।ଯାହାକି,ନିଜ ସ୍ୱାର୍ଥ ହାସଲ କରିବାକୁ ଗୋଟି ଚଲାଇ ଠିକାଦାର ସମୁହଙ୍କ କବ୍ଜାରେ ସରପଞ୍ଚ୍ ,ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କୁ ହାତ ବାନ୍ଧି ବସାଇବାକୁ ଚିନ୍ତା କରି ନେତା ଠିକାଦାର ଓ ବ୍ଲକ୍ ପ୍ରଶାସନ ନିଜର ଭୂମିକା ନିର୍ବାହ କରିଥିବା ବିଲକ୍ଷଣ ଦେଖିବାକୁ ମିଳିଛି।କାଁ ଭାଁ କେତେକ କାମକୁ ବାଦ୍ ଦେଲେ ସାରା ଓଡିଶାରେ ଏହି ଅର୍ଥ ବ୍ୟବହାରରେ ଆସିନି।ବରଂ ପ୍ରତି ପଞ୍ଚାୟତକୁ ଦିଆଯାଇଥିବା ଏହି ସ୍ୱତନ୍ତ୍ର ଅନୁଦାନ ଉପରେ ସମୀକ୍ଷା କରିବା ସହିତ ଏହି ଅର୍ଥର କିଭଳି ସୁବିନିଯୋଗ ହୋଇପାରିବ ସେଦିଗରେ ନୂଆଁ ସରକାର ପଦକ୍ଷେପ ନେବାର ଆବଶ୍ୟକତା ରହିଛି।ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଏହି ଅନୁଦାନ ଅର୍ଥକୁ ଉଠାଇଦେବା ଭଳି କେତେକ କୁଚକ୍ରାନ୍ତକାରି ଗୋଷ୍ଠୀ ମସୁଧା କରୁଛନ୍ତି।ଯାହାର ଦୃଷ୍ଟାନ୍ତ ଯୁଯୋମୁରା ବ୍ଲକରେ ପ୍ରତିୟମାନ ହୋଇଛି।ଯୁଯୋମୁରା ପରି ଅନେକ ରାଜ୍ୟର ବିଭିନ୍ନ ବ୍ଲକ୍ ଓ ପଞ୍ଚାୟତରେ ଛାୟା ଓ ମାୟା ରାଜୁତି ନେଇ ଏଭଳି ନଜିର ରହିଥିବାରୁ ସରକାର ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ରାଷ୍ଟ୍ରିୟ ଗ୍ରାମପ୍ରଧାନ/ସରପଞ୍ଚ୍ ସଂଗଠନ ସରକାରଙ୍କ ଠାରେ ଦାବି କରୁଛି।ଧର୍ମ ସଂସ୍କୃତିର ସୁରକ୍ଷା ପାଇଁ ଦିଆଯାଇଥିବା ଅନୁଦାନର ସୁବିନିଯୋଗ ହୋଇପାରିଲେ ଗାଁ ଗାଁରେ ଏକ ସୁସ୍ଥ ଓ ଭାବାବେଗ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇପାରିବ ବୋଲି ସଂଗଠନର ରାଜ୍ୟ ସଭାପତି ରବି ରଥ ଓ ରାଜ୍ୟ ସଂପାଦକ ଡା.ରାଜାରାମ ଷଡଙ୍ଗୀ ସରକାରଙ୍କ ଠାରେ ଅନୁରୋଧ କରିଛନ୍ତି।କିନ୍ତୁ ଛାୟା ଓ ମାୟା ଜାଳରେ ଛନ୍ଦି ହୋଇ ସରପଞ୍ଚ୍ ମାନେ ଯେଉଁ ଭଳି ବିଡିଓଙ୍କ କାଉଣ୍ଟର ଦସ୍ତଖତ ନଥାଇ ଆଖିମୁଜା ଦସ୍ତଖତ ଦେଇ ନିଜର କରିତକର୍ମା ଦେଖାଇଛନ୍ତି ତାହାର ବିଧିବଦ୍ଧ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ପଦକ୍ଷେପ ହେବ ବୋଲି ସଂଗଠନ ସରକାରଙ୍କ ଠାରେ ଦାବି କରିଛି।

You may have missed