March 10, 2026

ଗଞ୍ଜାମ ରଥଯାତ୍ରା –ଗୁଣ୍ଡିଚା ମନ୍ଦିରରେ ଦର୍ଶନ ଦେଲେ ତିନି ଠାକୁର –

IMG-20230622-WA0005
Share

ଗଞ୍ଜାମ ରଥଯାତ୍ରା –ଗୁଣ୍ଡିଚା ମନ୍ଦିରରେ ଦର୍ଶନ ଦେଲେ ତିନି ଠାକୁର –
=====================
ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ସହରର ଚାଲିଥିବା ପବିତ୍ର ରଥଯାତ୍ରା ଶାନ୍ତି ପୂର୍ଣ୍ଣ ଭାବେ ପାଳିତ ହେଉଛି l ବୁଧବାର ଦିନ ଗୁଣ୍ଡିଚା ମନ୍ଦିରରେ ତିନି ଠାକୁର ଜଗନ୍ନାଥ ବଳଭଦ୍ର ଓ ମା ସୁଭଦ୍ରା ମସ୍ୟ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି l ତିନି ଠାକୁରଙ୍କୁ ଭକ୍ତ ମାନେ ଶାନ୍ତିପୂର୍ଣ ଭାବେ ଦର୍ଶନ କରିବା ସହ ଦୀପ ଦାନ କରି ଆବେଗ ଜଣାଉଛନ୍ତି l ଗତକାଲି ଦିବା ଦଶ ଘଣ୍ଟିକାରେ ପହଣ୍ଡି ବିଜେ କରାଯାଇଥିଲା ଏବଂ ଅପରାହ୍ନ ସାଢେ ତିନିଟା ରେ ରଥଟଣା ଆରମ୍ଭ ହୋଇଥିଲା l ଶାନ୍ତି ଶୃଙ୍ଖଳାର ସହ ରଥଟଣା କାର୍ଯ୍ୟ ସମ୍ପର୍ଣ ହୋଇଥିଲା l ବଡ଼ ବଜାର ଜଗନ୍ନାଥ ମନ୍ଦିର ପକ୍ଷରୁ ଆୟୋଜିତ ଏହି ରଥଯାତ୍ରାକୁ ପରିଚାଳନା କମିଟି ମୁଖ୍ୟ କାଙ୍ଗା ପଲାଇ, ପୂଜକ ଦିପୁ ପଣ୍ଡା, ସେବାୟତ କାଳିଆ ଶତପଥୀ,ପ୍ରଭାକର ପାଣିଗ୍ରାହୀ, ଅରୁଣ ପଣ୍ଡା, ପପୁ ପଣ୍ଡା, ଆଶିଷ ପଣ୍ଡା, କାହ୍ନl ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ l ରଥ ଉପରେ ଥିଲେ ଭକ୍ତ ମାନଙ୍କର ଗହଳିରେ ତହସିଲଦାର ଅରୁଣ କୁମାର ନାୟକ ଙ୍କ ସହ ଗଞ୍ଜାମ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା ଓ ପୋଲିସ ପ୍ରଶାସନ ତିନି ଠାକୁର ଙ୍କୁ ପାଚୁଟିବା ସହ ରଥ କୁ ଗନ୍ତବ୍ୟ ସ୍ଥାନ ରେ ପହଞ୍ଚାଇ ଥିଲେ