ମ୍ଯାଟ୍ରିକ ପରୀକ୍ଷାର ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

ବୁଗୁଡ଼ା :ତା ୨୨/୦୫/୨୫ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଉକ୍ତଳ ଛାତ୍ର ସଂଘ ପକ୍ଷରୁ ମେଧାବୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ଛାତ୍ର ସଂଘ ବୁଗୁଡ଼ା ବ୍ଲକ୍ ସଭାପତି ରଜତ କୁମାର ପୃଷ୍ଟିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ବୁଗୁଡ଼ା ଶାଖା ପରିଚାଳକ ଗଣେଶ ପ୍ରସାଦ ପଣ୍ଡା , ମୁଖ୍ୟ ବକ୍ତା ଭାବେ ଶିକ୍ଷକ ଜୟନ୍ତ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଗୋପାଳ କୃଷ୍ଣ ଜେନା , ସୁନିଲ କୁମାର ପଣ୍ଡା ଓ ସୌଭାଗ୍ଯ ମହାନ୍ତି ପ୍ରମୁଖ ଯୋଗ ଦେଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ। ଏ ଅବସରରେ ମ୍ୟାଟ୍ରିକ ପରୀକ୍ଷା-୨୦୨୫ର ବୁଗୁଡା ବ୍ଲକ ଟପ୍ପର ହୋଇଥିବା ବିରଞ୍ଚିପୁର ଶ୍ରୀ ରାଧାକୃଷ୍ଣ ହାଇସ୍କୁଲର ଛାତ୍ରୀ ପୁନମ୍ ପ୍ରଧାନ ଏବଂ ତାଳସାକର ହାଇସ୍କୁଲ ଟପ୍ପର ବିଭୁ ପ୍ରଧାନ ଓ ଖୋଳଖାଳି ହାଇସ୍କୁଲ ଟପ୍ପର ଲୋପାମୁଦ୍ରା ସାହାଣିଙ୍କ ସମେତ ଅନ୍ୟାନ୍ୟ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଆୟୋଜକ ଛାତ୍ର ସଂଘ ସମ୍ପାଦକ ରାକେଶ ଜେନା ପରିଚାଳନା କରିଥିଲେ।