March 11, 2026

ଉମରକୋଟ ଠାରେ ରାଜୀବ ଗାନ୍ଧୀଙ୍କ ୩୪ ତମ ଶ୍ରାଦ୍ଧ ଦିବସ ପାଳିତ………..

IMG-20250522-WA0019
Share

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୩୪ ତମ ଶ୍ରାଦ୍ଧ ଦିବସ ପାଳିତ ହେଇଯାଇଛି। କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କଂଗ୍ରେସର ବିଧାୟକ ପାର୍ଥି ତଥା ନବରଙ୍ଗପୁର ଜିଲ୍ଲା କଂଗ୍ରେସ ର କୃଷକ ସଂଗଠନ ସଭାପତି ସନରାଜ ଗଣ୍ଡ, ପିସିସି ସଭ୍ୟ ଶଙ୍କର ଦେ,ଜିଲ୍ଲା ସାଧାରଣ ସଂପାଦକ ବାବୁଲା ପଟ୍ଟନାୟକ , ବରିଷ୍ଠ କଂଗ୍ରେସ ନେତା ଇସା ଲାଠିଆ, ପୂର୍ବତନ କାଉନସିଲର ଗୋପାଳ ରାଓ ଓ ସନ୍ତୁଳା ଦୁରିଆ, ନଗର ସଂପାଦକ ପର୍ସୁ ନାୟକ, ଅମୂଲ୍ୟ ପଟ୍ଟନାୟକ ଙ୍କ ସମେତ ୪୦ ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। ପ୍ରଥମେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ଭାରତ ର ବିକାଶ କ୍ଷେତ୍ରରେ ବିଶେଷ କରି ପ୍ରଯୁକ୍ତି ବିଦ୍ୟା, ଦାରିଦ୍ର୍ୟ ଦୂରୀକରଣ ରେ ରାଜୀବ ଗାନ୍ଧୀଙ୍କ ଭୂମିକା କୁ ଇତିହାସ ସବୁ ଦିନ ମନ ପକାଇବ ବୋଲି ବକ୍ତା ମାନେ କହିବା ସହ କଂଗ୍ରେସ ଦଳ ପ୍ରତି ରାଜୀବ ଗାନ୍ଧି ଙ୍କ ଭୂମିକା ନେଇ ମଧ୍ୟ ବକ୍ତା ମାନେ ସ୍ମରଣ କରିଥିଲେ।