March 10, 2026

କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଶ୍ରାଦ୍ଧ ଦିବସ ପାଳନ

vfb
Share

ଛତ୍ରପୁର, ୨୧/୫:ଛତ୍ରପୁର ନଗର କଂଗ୍ରେସ କମିଟି ପକ୍ଷରୁ ଭାରତ ରତ୍ନ ପ୍ରାପ୍ତ ଭାରତର ଭୂତ ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଛି । କଂଗ୍ରେସର ନଗର ସଭାପତି କାଳିଆ ରାଉଳଙ୍କ ନେତୃତ୍ୱରେ ଛତ୍ରପୁର ଅପର ବସଷ୍ଟାଣ୍ଡ ନିକଟରେ ଥିବା ରାଜୀବ ଗାନ୍ଧୀଙ୍କ ପ୍ରତିମୂତ୍ତିର୍ରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାଗିରଥି ବେହେରା, ଜିଲ୍ଲା ସଧାରଣ ସମ୍ପାଦକ ଅଶୋକ ପଟ୍ଟନାୟକ, ଯୁବ ନେତା ବଳିଆ ବେହେରା, ବ୍ରହ୍ମପୁର ଲୋକସଭା ମିଡ଼ିଆ ସଂଯୋଜକ ମହେଶ କୁମାର ଗୌଡ଼,
ଛାତ୍ର କଂଗେସ ସଭାପତି ଚକ୍ରପାଣି ପଲେଇ,ସିମାଞ୍ଚଳ ରାଉଳ, ପପୁ ରାଉଳ, ଆଇନଜୀବୀ ମନୋଜ ବେହେରା, ରୁପେଶ ମହାପାତ୍ର, ହୃଷିକେଶ ବେହେରା ସମେତ ବହୁ କଂଗେସ କର୍ମୀ ଉପସ୍ଥିତ ଥିଲେ।(ଅରୁଣ କୁମାର ପଣ୍ଡା )