September 29, 2024
Share

➡️୧-ଆଜି ସୁପ୍ରସିଦ୍ଧ ସିନେ ତାରକା ତଥା ରାମାୟଣ ସିରିଏଲର ‘ରାମ’ ଶ୍ରୀ ଅରୁଣ ଗୋଭିଲ ଚମ୍ପୁଆ, ତେଲକୋଇ, ଢେଙ୍କାନାଳ ଏବଂ ଜୟଦେବ ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ଜନସଭାକୁ କରିବେ ସମ୍ବୋଧନ l

➡️୨-ବଦଳିଲା ଡ୍ରାଇଭିଂ ଲାଇସେନ୍ସ ନିୟମ, ଏଣିକି ଆବେଦନକାରୀମାନେ ସରକାରୀ ଆରଟିଓ ବଦଳରେ ଘରୋଇ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରେ ଡ୍ରାଇଭିଂ ପରୀକ୍ଷା ଦେଇପାରିବେ। ଏହି ନିୟମ ଆସନ୍ତା ଜୁନ୍ ୧ରୁ ଲାଗୁ କରାଯିବ ।

➡️୩-ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା l

➡️୪-ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ, ନୟାଗଡ଼ ରେ ନିର୍ବାଚନୀ ସଭା କରି ବିଜେପିକୁ ବିପୁଳ ସମର୍ଥନ କରିବାକୁ ଅନୁରୋଧ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ।

➡️୫-IES/ISS ଓ CMS ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଜାରି କଲା UPSC l ଏହି ପରୀକ୍ଷା ୨୧, ୨୨ ଏବଂ ୨୩ ଜୁନ୍ ୨୦୨୪ ରେ ହେବାକୁ ଥିବା ବେଳେ ୟୁପିଏସସି ସିଏମଏସ ପରୀକ୍ଷା ୧୪ ଜୁଲାଇ ୨୦୨୪ ରେ କରାଯିବ । ଏହି ପରୀକ୍ଷା ଦୁଇଟି ସିଫ୍ଟରେ କରାଯିବ ।

➡️୬-ସିବିଏସଇ ବଦଳାଇଲା ପରୀକ୍ଷା ପାଟର୍ନ, ଏଣିକି ମୂଲ୍ୟାଙ୍କନ, ବ୍ୟବହାରିକ ପରୀକ୍ଷା ଏବଂ ପ୍ରକଳ୍ପ କାର୍ଯ୍ୟ ଆଧାରରେ ଛାତ୍ରମାନଙ୍କୁ ୨୦ ପ୍ରତିଶତ ମାର୍କ ଦିଆଯିବ । ୨୦୨୫ରୁ ଏହା ହେବ ଲାଗୁ l

➡️୭-ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ଜେ.ପି. ନଡ୍ଡା ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କରଞ୍ଜିଆ, ଧାମନଗର, ବଡ଼ଚଣା, ବାଲିକୁଦାରେ ଆୟୋଜିତ ସଭାରେ ଯୋଗଦେବେ ଜେ.ପି. ନଡ୍ଡା । ସେହିଭଳି ଚିଲିକା ଏବଂ ସାଲେପୁର କୁଳିଆରେ ଯୋଗୀ ଆଦିତ୍ୟନାଥ ଜନସଭା କରିବେ ।

➡️୮-ଆସନ୍ତାକାଲି ରାଜ୍ୟର ମାତ୍ର ୨ଟି ବୁଥରେ ଅଚାନକ ହେବ ମତଦାନ l କଣ୍ଟାମାଳର ୨ଟି ବୁଥରେ ମତଦାନ କରିବା ପାଇଁ ହେଲା ଘୋଷଣା । ବୁଥ୍ ନମ୍ବର ୨୬ ଏବଂ ୨୮ ପାଇଁ ନୂଆ ତାରିଖ ସ୍ଥିର କଲେ ନିର୍ବାଚନ କମିଶନ୍ ।

➡️୯-MDH ଓ ଏଭରେଷ୍ଟ ମସଲାର ୨୮ ସାମ୍ପଲରେ ମିଳିଲାନି କ୍ୟାନ୍ସର ପାଇଁ ଦାୟୀଥିବା ETO l ଏନେଇ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (ଏଫଏସଏସଏଆଇ) ଗତକାଲି ଦେଲେ ଏହି ସୂଚନା l

➡️୧୦-ପଶ୍ଚିମବଙ୍ଗ ମେଦିନୀପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅଗ୍ନିମିତ୍ରା ପାଲଙ୍କ ପାଇଁ ମିଥୁନଙ୍କ ରୋଡସୋ ସମୟରେ ହେଲା ପଥର ଏବଂ କାଚ ବୋତଲ ମାଡ଼ l

➡️୧୧-ଭାରତରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ, ମହାରାଷ୍ଟ୍ର ସହରରେ ବ୍ୟାପୁଛି KP.1 ଏବଂ KP.2 l ଦେଶର ମୋଟ ୭ଟି ରାଜ୍ୟରୁ ୩୪ଟି କେପି.୧ ମାମଲା ଚିହ୍ନଟ ହୋଇଥିବା ଜାଣିବାକୁ ମିଳିଛି l

➡️୧୨-ଗ୍ରସ୍ ଡିମାଣ୍ଡ ଏବଂ ଗାଁରେ ଅଣ-ଖାଦ୍ୟାନ୍ନ ସାମଗ୍ରୀ ଉପରେ ଖର୍ଚ୍ଚ ବଢିବା ଯୋଗୁଁ ଦେଶର ଆର୍ଥିକ ଅଭିବୃଦ୍ଧି ହାର ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୭.୫ ପ୍ରତିଶତ ରହିପାରେ ।

➡️୧୩-ନିର୍ବାଚନ ସମୟରେ ବଢିଲା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ, ଜୁନ ୧୧ ତାରିଖରେ ସମନ କରି ହାଜର ହେବାକୁ ନିର୍ଦ୍ଦେଶ ଦେଲେ କୋର୍ଟ l

➡️୧୪-ରାଜସ୍ଥାନରେ ୩୦୦୦ କୋଟି ନିବେଶ କରିବ ଜେଏସଡବ୍ଲୁ ସିମେଣ୍ଟ, ସୃଷ୍ଟି ହେବ ଏକ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ l

➡️୧୫-ଇତିହାସ ରଚିଲା ଷ୍ଟକ୍‌ ମାର୍କେଟ୍, ପ୍ରଥମ ଥର ପାଇଁ ମାର୍କେଟ୍ କ୍ୟାପ୍ କଲା ୫ ଟ୍ରିଲିଅନ ଡଲାର୍ l ଗତ ୬ ମାସରେ ଷ୍ଟକ୍‌ ମାର୍କେଟ୍‌ରେ ୧ ଟ୍ରିଲିଅନ ଡଲାର ସମ୍ପତ୍ତି ଯୋଡ଼ି ହୋଇଛି। ଯାହା ୫ ଟ୍ରିଲିଅନ୍ ପର୍ଯ୍ୟନ୍ତ ନେବାରେ ବଡ଼ ସହଯୋଗ କରିଛି।

➡️୧୬-ଖରାପ ପାଗ ଯୋଗୁଁ ଲଣ୍ଡନରୁ ସିଙ୍ଗାପୁର ଅଭିମୁଖେ ଯାତ୍ରା କରୁଥିବା ସିଙ୍ଗାପୁର ଏୟାରଲାଇନ୍ସର ବିମାନରେଟର୍ବୁଲାନ୍ସ ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ହେଲେ ଆହତ l

➡️୧୭-ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ଅନ୍ତିମ ଯାତ୍ରାରେ ଯୋଗ ଦେବାକୁ ଇରାନ ଯିବେ ଉପରାଷ୍ଟ୍ରପତି ଜଗଦିଶ ଧନଖଡ଼ l

➡️୧୮-ବ୍ୟାଟିଂ-ବୋଲିଂରେ କମାଲ, ଚତୁର୍ଥ ଥର ଫାଇନାଲ୍‌ରେ ପ୍ରବେଶ କଲା କୋଲକାତା ନାଇଟ୍ ରାଇଡର୍ସ l ଗତକାଲି ପ୍ରଥମ କ୍ଵାଲିଫାୟର ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ ୮ ଓ୍ଵିକେଟ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ କଲା ପରାସ୍ତ l

➡️୧୯-ବର୍ଷରେ ତିନିଥର ହୋୟାରଏବାଉଟ୍ର ଜବାବ ନମିଳିବାରୁ ବକ୍ସର ପ୍ରବୀଣ ହୁଡ଼ାଙ୍କୁ ଦେଢ଼ ବର୍ଷ ପାଇଁ କରାଗଲା ନିଲମ୍ବନ l

➡️୨୦-ମାଂସପେଶୀରେ ଆଘାତ ସମସ୍ୟାର ଅସ୍ତ୍ରୋପଚାର ପାଇଁ ଲଣ୍ଡନ ଯିବେ ଧୋନୀ l ଚିକିତ୍ସା ପରେ ସେ ଅବସର ନେବି କି ନାହି ତାହା ସ୍ପଷ୍ଟ କରିବେ । ଯଦି ଅସ୍ତ୍ରୋପଚାର ହୁଏ ତେବେ ସେ ଅତି କମରେ ୫ରୁ୬ ମାସ ବିଶ୍ରାମ ନେବେ । ଏହା ପରେ ସେ ଆଇପିଏଲରେ ଖେଳିବେ କି ନାହିଁ ତାହା ଜଣା ପଡିବ ।

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।