March 10, 2026

ରଥ ପଥ ଶ୍ରୀ ଜଗନ୍ନାଥ ସାହିତ୍ୟ ସଭାରେ,ବେଳାଭୂମି ସାହିତ୍ୟ ସଂସଦ ସମ୍ବର୍ଦ୍ଧିତ ।

IMG-20230522-WA0067
Share

ରଥ ପଥ ଶ୍ରୀ ଜଗନ୍ନାଥ ସାହିତ୍ୟ ସଭାରେ,ବେଳାଭୂମି ସାହିତ୍ୟ ସଂସଦ ସମ୍ବର୍ଦ୍ଧିତ ।

ଅସ୍ତରଙ୍ଗ, ସାହିତ୍ୟ କ୍ଷେତ୍ରରେ ,ବିଶ୍ବ ସ୍ତରୀୟ ମାନ୍ୟତା ହାସଲ କରିଥିବା,କଟକ ର, କୈବଲ୍ୟ ସାହିତ୍ୟ ସଂସଦ,ରାଜ୍ୟ ସାହିତ୍ୟ ସଂସଦ ର, ସଂପାଦକ ଙ୍କ ମଞ୍ଚ କାର୍ଯ୍ୟକ୍ରମ ରେ, ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ଅଧୀନ ବେଳାଭୂମି ସାହିତ୍ୟ ସଂସଦ ର ସଂପାଦକ ଶ୍ରୀ ଦୁଃଶାସନ ନାୟକ ଙ୍କ ସମେତ ଭାଗିରଥି ସରାଳାଦେବି ଟ୍ରଷ୍ଟ ର ସମ୍ପାଦିକା ତଥା କବୟିତ୍ରୀ ,ସସ୍ମିତା ପ୍ରଧାନ ବ୍ୟଙ୍ଗ କବି ସମ୍ପଦ ରଥ ଆଦି ଙ୍କୁ ମାନପତ୍ର,ମେଡାଲ ଓ ଔପ ଢୋକନ ଦିଆ ଯାଇ ସମ୍ବର୍ଦ୍ଧିତ କରାଯାଇ ଅଛି । ଏହି ଉପଲକ୍ଷେ କଟକ ର ଚହଟେଶ୍ୱର ମନ୍ଦିର ପରିସରରେ,ଆୟୋଜିତ ରାଜ୍ୟ ସ୍ତରୀୟ ରଥ ପଥ ଜଗନ୍ନାଥ ସାହିତ୍ୟ ସଭାରେ,କଟକ ମେୟର ସୁବାସ ସିଂ, ସାହିତ୍ୟିକ ଇଁ,ପ୍ରଭାକର ସ୍ବାଇଁ, ନାୟାଧିଷ ମନୋରଞ୍ଜନ ମହାନ୍ତି,ପ୍ରମୁଖ ଅତିଥି ଭାବେ ଯୋଗ ଦେଇ,ରାଜ୍ୟ ସାହିତ୍ୟ ଜଗତରେ,କୈବଲ୍ୟ ସାହିତ୍ୟ ସଂସଦ ଏକ ସ୍ୱୋତନ୍ତ୍ର ପରିଚୟ ସୃଷ୍ଟି କରି,କିପରି ବିଶ୍ବ ରେକର୍ଡ ହାସଲ କରି ପାରିଛି ସେ ବିଷୟରେ ମନ୍ତ୍ୟବ ପ୍ରଦାନ କରିଥିଲେ । ଏହି ଅବସରରେ,ରାଜ୍ୟ ସ୍ତରୀୟ କବି ସମ୍ମିଳନୀ,କବିତା ପାଠ,ଆଲୋଚନା ଚକ୍ର ଆଦି ଅନୁଷ୍ଠିତ ହୋଇ ଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ,ସାହିତ୍ୟ ସଂସଦ ର ସଂପାଦକ ଙ୍କ ସମେତ ୩୦୦ରୁ ଉର୍ଦ୍ଧ କବି କବୟତୀ ଯୋଗ ଦାନ କରିଥିଲେ । ଏହି ସବୁ କାର୍ଯ୍ୟକ୍ରମ କୁ ପରିଚାଳନା କରି ଥିଲେ, ଓଡ଼ିଶା ପ୍ରସସନିକ ସେବାର ବରିଷ୍ଠ ଅଧକାରୀ କବି,ସଂଗ୍ରାମ କେଶରୀ ସାମନ୍ତରାୟ ।