March 11, 2026

କଟକରେ ବୁଗୁଡ଼ାର ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ସମ୍ବର୍ଦ୍ଧିତ

75ca2564-7a17-4dd1-aa61-d077d117e937
Share


ବୁଗୁଡା/୨୧.୦୫.୨୦୨୩
ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ କୈବଲ୍ୟ ସାହିତ୍ୟ ସଂସଦ, କଟକ ତରଫରୁ ଆଇଜିତ ବିଶ୍ୱ ରେକର୍ଡ ପାଳନ ତଥା ରାଜ୍ୟସ୍ତରୀୟ ରଥ ପଥ ଜଗନ୍ନାଥ ସାହିତ୍ୟ ମହାସଭା-୨୦୨୩ କାର୍ଯ୍ୟକ୍ରମ କଟକ ଚହଟେଶ୍ଵର ଶିବ ମନ୍ଦିର ଠାରେ ତା. ୨୧.୫.୨୦୨୩ରିଖରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କବିତା ଆସର ରାଜ୍ୟର ବିଭିନ୍ନ ସାହିତ୍ୟ ଅନୁଷ୍ଠାନର ସମ୍ପାଦକ ମାନଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ଅନ୍ୟ ପାଞ୍ଚ ଜଣଙ୍କ ସମ୍ପାଦକ, ସମ୍ପାଦିକାଙ୍କ ସହ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ, ବୁଗୁଡ଼ା,ଗଞ୍ଜାମ ର ସାଧାରଣ ସମ୍ପାଦକ ଡ. ଶ୍ୟାମା ପ୍ରସାଦ ମିଶ୍ରଙ୍କୁ ରଥ ପଥ ଜଗନ୍ନାଥ ସାରସ୍ୱତ ସମ୍ମାନ-୨୦୨୩ ପ୍ରଦାନ କରାଇଛି । ୧୯୮୯ ରେ ବୁଗୁଡ଼ାରେ ପ୍ରତିଷ୍ଠିତ ଏହି ସାହିତ୍ୟ ପ୍ରତିଷ୍ଠାନ ଓଡ଼ିଆ ଭାଷା ସାହିତ୍ୟର ପ୍ରସାର ଓ ପ୍ରଚାର ପାଇଁ ନିରଵଛିନ୍ନ ଭାବେ ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଛି । ଗତ ଅପ୍ରେଲ-୨୦୨୩ ରୁ ଛାତ୍ର, ଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଏକ ବର୍ଷ ବ୍ୟାପି କାର୍ଯ୍ୟକ୍ରମ ଆରମ୍ଭକରାଯାଇଛି । । କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ସଂଗ୍ରାମ କେଶରୀ ସାମନ୍ତରାୟ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ୨୦୨୨-୨୦୨୩ ରେ ଅନୁଷ୍ଠାନର ଜାର୍ଯ୍ୟକ୍ରମକୁ ବିଶ୍ୱର ବିଭିନ୍ନ ଦେଶରୁ ୩୦ ଟି ବିଶ୍ୱ ରେକର୍ଡ ଅଧିକାର କରିବାରେ ଏହା ଓଡ଼ିଶାର ପ୍ରଥମ ସାହିତ୍ୟ ଅନ୍ତୁଷ୍ଠାନ ଅଟେ । ଏହି ରାଜ୍ୟସ୍ତରୀୟ ସମ୍ମାନ ପାଇଥିବା ଡ.ଶ୍ୟାମା ପ୍ରସାଦ ମିଶ୍ର ଙ୍କ ପରିଚାଳିତ ବିକ୍ଷିପ୍ତା ହ୍ଵାଟ୍ସଆପ ମାସିକ ସାହିତ୍ୟ ଆସର ଏକ ଶୃଙ୍ଖଳିତ ସାହିତ୍ୟି ଆସର ରୁପେ ଓଡିଶା ଏବଂ ବିଭିନ୍ନ ରାଜ୍ୟରେ ଆଦୃତ ହେଇପାରିଛି ।