November 16, 2024

ବିଦାୟକାଳୀନ ଓ ସ୍ଵାଗତ ସମ୍ବର୍ଦ୍ଧନା l

Share


କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ତା 21/5 କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତରେ ରୋଜଗାର ସେବକ ଙ୍କୁ ବିଦାୟକାଳୀନ ଓ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି l ପଞ୍ଚାୟତରେ କାର୍ଯ୍ୟରତ ରୋଜଗାର ସେବକ K ପ୍ରଶାନ୍ତ କୁମାରଙ୍କ ଅନ୍ୟତ୍ର ବଦଳି ହୋଇଥିବାରୁ ନୂତନ ଭାବେ K ରାଜ୍ ଶେଖର ଦାୟିତ୍ଵ ଗ୍ରହଣ କରିଛନ୍ତି l ଉଭୟଙ୍କୁ ପୂର୍ବତନ ଜି ଆର୍ ଏସ୍ ଙ୍କୁ ପି ଇ ଓ କାଳି ଚରଣ ସ୍ୱାଇଁ ଏବଂ ନୂତନ ଜି ଆର୍ ଏସ୍ ଙ୍କୁ ସରପଞ୍ଚ ଜୟନ୍ତୀ କୁଶପାରିଆ, ସମିତି ସଭ୍ଯା ଗୋରୀ ହରିଜନ ଓ ନାଏବ ସରପଞ୍ଚ ରାମଶିଙ୍ଗ ଗୌଡ଼, ପ୍ରମୁଖ ଉପଢ଼ୌକନ ଦେଇ ବିଦାୟକାଳୀନ ଓ ସ୍ଵାଗତ ସମ୍ବର୍ଦ୍ଧନା କରାଗଲା l ପୂର୍ବତନ ଜି ଆର୍ ଏସ୍ ପଞ୍ଚାୟତ ରେ 3 ବର୍ଷ ସାତ ମାସର କାର୍ଯ୍ୟକାଳ ର ଅନୁଭୂତିକୁ ନେଇ ନିଜର ବକ୍ତବ୍ୟ ରଖିଥିଲେ l ନୂତନ ଜି ଆର୍ ଏସ୍ ପଞ୍ଚାୟତ ର ସମସ୍ତ ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ସହଯୋଗରେ ନିଜ ଦାୟିତ୍ଵ ସୁରଖୁରରେ ତୁଲାଇବେ ବୋଲି ନିଜ ମତ ରଖିଥିଲେ l ସେହିଭଳି ପି ଇ ଓ ଶ୍ରୀ ସ୍ୱାଇଁ ପଞ୍ଚାୟତର ବିକାଶ ପାଇଁ ଜନ ପ୍ରତିନିଧି ଓ ସର୍ବସାଧାରଣ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ପୂର୍ଣ୍ଣ ସହଯୋଗ କଲେ ଅଧିକରୁ ଅଧିକ ଉନ୍ନତି ମୂଳକ କାର୍ଯ୍ୟ ହୋଇପାରିବ ଓ ବ୍ୟକ୍ତିଗତ ଓ ସାମୂହିକ ଭାବେ ପଞ୍ଚାୟତ ର ବିକାଶ ହୋଇପାରିବ ବୋଲି ବକ୍ତବ୍ୟ ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସାମାଜ ସେବୀ ପ୍ରହଲାଦ ବାରିକ, ଦିଲ୍ଲୀପ କୁମାର ଗୌଡ଼, ଇମାନୁଏଲ ଭରସା, ମନୋହର ଦୁରୁଆ, ଗୁରୁନାଥ ସାନ୍ତା, ଖଗପତି କୁଶପାରିଆ, ବିଦ୍ୟାଧର ବାରିକ ପ୍ରମୁଖ ଯୋଗ ଦେଇଥିଲେ l
କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ୍ କୁମାର ପଟ୍ଟନାୟଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା l