ନିଆରା ଢଙ୍ଗରେ ଖଡ଼ିପଦା ମେଳଣ ଅନୁଷ୍ଠିତ, ଏହି ମେଳଣ ରେ ମଦୁଆଙ୍କ ସ୍ଥାନ ନାହିଁ l

ଗତକାଲି ସନ୍ଧ୍ୟାରେ ଖଡ଼ିପଦା ମେଳଣ ଅନୁଷ୍ଠିତ ହୋଇଥିଲା l ହଜାର ଭକ୍ତଙ୍କୁ ନେଇ ଏହି ମେଳଣ ଉର୍ତ୍ସବ ମହାଡ଼ମ୍ବରରେ ପାଳନ କରାଯାଇଛି l ଯେହେତୁ ଖଡ଼ିପଦା ଗ୍ରାମ ପୁରୀ ସହର ନିକଟବର୍ତ୍ତୀ ଏବଂ ପୁରୀଜିଲ୍ଲା ବିଜୁ ଜନତା ଦଳର ସଭାପତି ଏବଂ ପୁରୀ ସଦର ବ୍ଲକ ଚେୟାରମ୍ୟାନ ଦିବାକର ପାତ୍ରଙ୍କ ଗ୍ରାମ ହୋଇଥିବାରୁ ଶାନ୍ତିଶୃଙ୍ଖଳାର ସହିତ ଏହି ମେଳଣ ଉର୍ତ୍ସବ ପାଳନ କରାଯାଇଛି l ଏହି ମେଳଣ ବାଙ୍କାବିହାରୀ ଏବଂ ବାବା ନୀଳକଣ୍ଠେଶ୍ଵରଙ୍କ ମଧ୍ୟରେ ମହାମିଳନ ହୋଇଥାଏ l ଏହି ମେଳଣ ବାଙ୍କବିହାରୀ ନୀଳକଣ୍ଠେଶ୍ଵରଙ୍କ ସହିତ ବାବା ବାଲିକପିଳେଶ୍ୱର ଏବଂ ପିଳିପିଳା ଏବଂ ପଣ୍ଡୁଆ ର ମହାଦେବଙ୍କୁ ନେଇ ଏହି ପଞ୍ଚୁ୍ଦୋଳ ମେଳଣ ହୋଇଥାଏ l ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ ଖଡ଼ିପଦା ର ଠାକୁର ବ୍ରହ୍ମଗିରି ପଞ୍ଚୁ୍ଦୋଳ ମେଳଣ କୁ ଯାଉଥିଲେ କୌଣସି କାରଣରୁ ବିଶୃଙ୍ଖଳା ସୃଷ୍ଟି ହେବାରୁ ଖଡ଼ିପଦା ଗ୍ରାମବାସୀ ନିଜ ଗ୍ରାମରେ ଦୀର୍ଘବର୍ଷହେବ ପଞ୍ଚୁ୍ଦୋଳ ମେଳଣ ପାଳନ କରି ଆସୁଛନ୍ତି l ଚଳିତ ବର୍ଷ ଦିବାକର ପାତ୍ରଙ୍କ ନେତୃତ୍ୱ ରେ ୫ଦିନ ଧରି ସାମାଜିକ ନାଟକ ପରିବେଷଣ କରାଯାଇଛି l ପ୍ରଥମ ରାତ୍ରରେ ମୁଖ୍ୟ ଅତିଥିଭାବେ ସଦର ଥାନାଧିକାରୀ ସୁନୀଲ ପ୍ରଧାନଙ୍କ ସହିତ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ମଞ୍ଚାସିନ ହୋଇ ଗ୍ରାମର ବରିଷ୍ଠ ନାଗରିକ ମାନଙ୍କୁ ସମ୍ମାନିତ କରିଥିଲେ l ପରେପରେ ନାଟକ ନିର୍ଦେଶକ ରାମକୃଷ୍ଣ ମହାପାତ୍ର ମଞ୍ଚ ପୂଜନ କରିବା ପରେ ନାଟକ ପରିବେଷଣ କରାଯାଇଥିଲା l ଏହି ଖଡ଼ିପଦା ଗ୍ରାମ ମେଳଣ ଶାନ୍ତିଶୃଙ୍ଖଳା ର ସହିତ ପରିବେଷଣ କରିବାପାଇଁ ବ୍ଲକ ଅଧକ୍ଷ ଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରାଯାଇ କୌଣସି ନିଶାସକ୍ତ ବ୍ୟକ୍ତଙ୍କୁ ଗ୍ରାମ ମଧ୍ୟକୁ ପ୍ରବେଶ କରାଇ ଦିଆଯାଇନଥିଲା ଯାହାକି ସାଧାରଣ ରେ ଖଡ଼ିପଦା ଗ୍ରାମ ପ୍ରଶଂସା ର ପାତ୍ର ହୋଇଥିଲା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ