ଯୋଜନା ଉପରେ ଯୋଜନା, ସରକାରଙ୍କ ଥାକ ଥାକ ଯୋଜନା ଥାଇବି ଅନେକଙ୍କ ରହିଛି ଅକୁହା ଯନ୍ତ୍ରଣା।

ଯୋଜନା ଉପରେ ଯୋଜନା,
ସରକାରଙ୍କ ଥାକ ଥାକ ଯୋଜନା ଥାଇବି ଅନେକଙ୍କ ରହିଛି ଅକୁହା ଯନ୍ତ୍ରଣା।
ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ,
ଭଙ୍ଗା ଦଦରା ଚାଳ ଛପର ଘରେ ବିତୁଛି ଜୀବନ।
ପ୍ରଶାସନର ସ୍ୱଚ୍ଛତା ଲାଗୁଛି ଯେମିତି ପ୍ରହସନ।
ଶାସନ ଚାଲୁଛି ପ୍ରଶାସନ ଚାଲୁଛି।
ସର୍ଭେ ଭି ଚାଲିଛି।
ହେଲେ ଉଦୟ ହେଉନି ଭାଗ୍ୟ।
ସମସ୍ତଙ୍କୁ ପକ୍କା ଘର ବିକାଶ ସ୍ବପ୍ନ ଏବେବି ଯେମିତି ଆକାଶ କଆଁ ଚିଲିକା ମାଛ ପରି ଦପ୍ ଦପ୍ ଜଳୁଛି।
ହଜି ଯାଉଛି ଜୀବନ ଆଲୁଅ।
ଏମିତି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଜୁଯୋମୁରା ବ୍ଲକରେ।
ଏହି ବ୍ଲକର ଡ଼ଙ୍ଗରପଡା ପଞ୍ଚାୟତ ହିରୋ ଗ୍ରାମର ଏକ ନିପଟ ଗରୀବ ପରିବାର ଘରୁ ଯେତେବେଳେ ଟାଟାପାୱାର ବିଚ୍ଛିନ୍ନ କଲା ବିଦ୍ୟୁତ ସେବା,ପଦାକୁ ଆସିଛି ଏଭଳି ଏକ କରୁଣ ଚିତ୍ର।
ବର୍ଷ ବର୍ଷ ଧରି ହିରୋ ଗାଁରେ ରହି ଆସୁଥିବା ଗାଁ ର ସନ୍ତୋଷିନୀ ମହାନନ୍ଦ ପରିବାରଙ୍କ ଏ ହେଉଛି ହୃଦୟ ବିଦାରକ କରୁଣ କାହାଣୀର ଜୀବନ୍ତ ପ୍ରତିବିମ୍ବ।
ଶୁଣନ୍ତୁ କଣ କହୁଛନ୍ତି ସନ୍ତୋଷିନୀ ମହାନନ୍ଦ…
ଏଥର ଶୁଣନ୍ତୁ ସନ୍ତୋଷିନୀଙ୍କ ସପକ୍ଷରେ
ଏହି ନାରୀ ନେତ୍ରୀ ଟିକି ପ୍ରଧାନ କଣ କହୁଛନ୍ତି….
ଜୀବନ ଯନ୍ତ୍ରଣାରେ ପେଷି ହୋଇ ରହିଥିବା ସନ୍ତୋଷିନୀଙ୍କ ପରିବାର ଏବେ ଅନ୍ଧାରରେ ଦିନ କାଟୁଛନ୍ତି ସତ, ହେଲେ ଦେଖିବାକୁ ବାକି ରହିଲା ସନ୍ତୋଷିନୀଙ୍କ ଅନ୍ଧାର ଜୀବନରେ କେବେ ଫେରି ଆସିବ ଆଲୁଅ…
ହିରୋ ଗାଁରୁ ରାଜାରାମ ଷଡ଼ଙ୍ଗୀଙ୍କ ରିପୋର୍ଟ ଉପାନ୍ତ ଖବର