ସେତୁ ନିର୍ମାଣାରେ ବିଳମ୍ବ ଅଞ୍ଚଳ ର ଲୋକେ ହନ୍ତ ସନ୍ତ …

ଚିକିଟି-(ଶୁଭଶ୍ରୀ ପ୍ରଧାନ)
ସରିଗଲା ଡେଡ୍ ଲାଇନ ହେଲେ ନିର୍ମାଣ ହୋଇପାରିଲା ନାହିଁ ସେତୁ। ଏବେ ବି ଅଧ ପନ୍ତରିଆ ହୋଇ ପଡିଛି ନିର୍ମାଣ ଧୀନ ସେତୁ ଅସୁବିଧା ଭୋଗୁଛନ୍ତି ଲୋକେ।ଆମେ କହୁଛୁ ଗଂଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀ ର ଚିକିଟି ଏବଂ ପାତ୍ରପୁର ଦୁଇ ଟି ବ୍ଲକ ବଡ଼ଗାଁ,ଖନିପଡା ଗ୍ରାମର କଥା ବାହୁଦା ନଦୀ ଅପର ପଟେ ଥିବା ଗାଁ ଗୁଡ଼ିକ ମଧ୍ୟରେ ଯୋଗ ସୁତ୍ର ରକ୍ଷା କରିବା ପାଇଁ ସରକାର ସେତୁ ତିଆରି କରିବାର ବ୍ୟବସ୍ଥା ରହିଛି।ହେଲେ ବର୍ଷ ପରେ ବର୍ଷ ବିତି ଯାଇଥିଲେ ବି ସେତୁ ନିର୍ମାଣ କାର୍ଯ୍ୟ ସମାପ୍ତି ତାରିଖ ହୋଇଥିଲେ ମଧ୍ୟ ଅଧାପନ୍ତରିଆ ପଡ଼ିରହିଛି।ଫଳରେ ପାଖାପାଖି ୧୫ ରୁ ଉର୍ଦ୍ଧ ଗ୍ରାମବାସୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।
ଗଂଜାମ ଜିଲ୍ଲା ଚିକିଟି ଏବଂ ପାତ୍ରପୁର ବ୍ଲକ ଖନିପଡା ଓ ନୂଆଗାଁ ପଞ୍ଚାୟତର ଲୋକେ ବହୁ ବର୍ଷ ହେବ ଆଶା ବାନ୍ଧିଥିଲେ ନଦୀ ଉପରେ ସେତୁ ଟିଏ ହେବ ଆଉ ଅଞ୍ଚଳ ବାସୀ ଯିବା ଆସିବା କରିବେ।ପୂର୍ବ ସରକାର ସମୟରେ ବଡ଼ଗାଁ ଏବଂ ଖନିପଡା ଗ୍ରାମ ନିକଟରେ ବାହୁଦା ନଦୀ ଉପରେ ଯୋଗା ଯୋଗର ସୁବିଧା ପାଇଁ ୨୦୨୧ ମସିହାରେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ସମ୍ମାନନୀୟ ବିଧାୟୀକା ଉଷା ଦେବୀ ଏବଂ ମୁଖ୍ୟ ଅତିଥି ଚନ୍ଦ୍ରଶେଖର ସାହୁ ୭,୨୭,୨୪,୬୯୦ ଟଙ୍କା ବ୍ୟୟରେ ବାହୁଦା ସେତୁ ନିର୍ମାଣ କରିବା ଦାୟିତ୍ବ ଦିଆଯାଇଥିଲା।ସେତୁ ଟିର ନିର୍ମାଣ କାର୍ଯ୍ୟ ଶେଷ ୨୩/ ୧୨/୨୦୨୩ ହୋଇ ଯାଇଥିଲେ ବି ସେତୁ ନିର୍ମାଣ ସଂପୂର୍ଣ୍ଣ ହୋଇନାହିଁ। ଯାହାକୁ ନେଇ ଏବେ ସ୍ଥାନୀୟ ଅଂଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଲା। କାରଣ ପ୍ରତିଦିନ ଏହି ନଦୀ ଉପରେ ନିର୍ଭର କରୁଥିବା ବଡ଼ଗାଁ,କୁଳଥିଆ, ନନ୍ଦିଗାଁ,ନୂଆପେଣ୍ଟ,ଗୁଠଗାଁ ଆଦି ଗ୍ରାମର ଲୋକେ ଏବେ ନଦୀ ମଧ୍ୟ ଦେଇ ଯିବା ଆସିବା କରୁଛନ୍ତି।ଏହି ନଦୀ ର ବର୍ଷାରେ ଜଳସ୍ତର ବଢି ଥିବାରୁ ଯିବା ଆସିବା ରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଲୋକ ଙ୍କ ଅଭିଯୋଗ ପ୍ରକାରେ କାର୍ଯ୍ୟରେ ବିଳମ୍ବ ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳ ବାସୀ ଙ୍କ ଅଭିଯୋଗ କେବେ ସମ୍ପୂର୍ଣ୍ଣ ହେବ ଏହି ନଦୀ ର ପୁନରୁଦ୍ଧାର ତାହା ଦେଖିବାକୁ ବାକି ରହିଲା।