April 26, 2026

ସାଧାରଣ ନିର୍ବାଚନ ନିମନ୍ତେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ନୋଡାଲ ଅଧିକାରୀ ଙ୍କୁ ସୁଭିଧା ଆପ୍ ବ୍ଯବହାର ନିମନ୍ତେ ତାଲିମ୍…

bhoo
Share

ପାରଳାଖେମୁଣ୍ଡି, ଚଳିତ ସାଧାରଣ ନିର୍ବାଚନରେ ସୁଭିଧା ଆପ ମାଧ୍ୟମରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ନୋଡାଲ ଅଧିକାରୀ ମାନଙ୍କୁ ସୁଭିଧା ଆପ୍ ଏବଂ ENCORE Permission module ବ୍ଯବହାର ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ସୁବିଧା ଆଫ୍ ତାଲିମ୍ ଅନୁଷ୍ଠିତ ହୋଇଯାଇଅଛି। ଏହି ତାଲିମ୍ ରେ ରାଜନୈତିକ ପ୍ରତିନିଧି ମାନେ ଏହି ଆପ ତଥା ଅନଲାଇନ୍ www.suvidha.eci.gov.in ରେ ଆବେଦନ କରିପାରିବେ। ଯାହା ଦ୍ଵାର ନାମାଙ୍କନ ପତ୍ର, ଆଫିଡିପିଟ୍ ଓ ରାଲି,ସଭା ସମିତି ଇତ୍ୟାଦି ପାଇଁ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ କରିବାର ୪୮ ଘଣ୍ଟା ମଧ୍ୟରେ ଆବେଦନ କରିଥିବା ପ୍ରମାଣ ପତ୍ର ପାଇ ପାରିବେ। ସେହିପରି ପ୍ରଚାର ପାଇଁ ଆବଶ୍ୟକ ଅନୁମତି ଗୁଡିକର ତାଲିକା ଦେଖିବାର କ୍ଷମତା ଓ ସେମାନଙ୍କର ଅନୁମତି ପ୍ରୟୋଗର ସ୍ଥିତିକୁ ଟ୍ରାକ୍ କରିବାର କ୍ଷମତା |
ଅନୁମତି ଫର୍ମ ଡାଉନଲୋଡ୍ କରି ଅନଲାଇନରେ ଦାଖଲ କରିବାର କ୍ଷମତା ପ୍ରାର୍ଥୀଙ୍କ ସଂପୂଣ୍ଣ ବିବରଣୀ ରହିଅଛି ।
ଆଜିର ଏହି ତାଲିମ୍ ରେ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ କୁମାର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ,ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା ସମେତ ଜିଲ୍ଲାର ସମସ୍ତ ନୋଡାଲ ଅଧିକାରୀ, ରାଜନୈତିକ ପ୍ରତିନିଧି ତଥା କଂଗ୍ରେସ ରୁ ଶ୍ରୀ ଇଶ୍ଵର ଚନ୍ଦ୍ର ମାଝୀ, ସିପିଆଇଏମ୍ ରୁ ଶ୍ରୀ ଦଣ୍ଡ ପାଣି ରଇତ, ବିଜେଡି ରୁ ଶ୍ରୀ ଜମିଦାର ପଟ୍ଟନାୟକ ଓ ଆମ ଆଦମୀ ପାର୍ଟି ରୁ ଶ୍ରୀ ଶିଶିର କୁମାର ଭଞ୍ଜ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ତାଲିମ୍ କୁ ଶ୍ରୀ ଟି. ବାଳକୃଷ୍ଣ ମୂର୍ତ୍ତୀ , ଜିଲ୍ଲା ସୂଚନା କେନ୍ଦ୍ର ଅଧିକାରୀ ଗଜପତି ଓ ଶ୍ରୀ ଚିରଞ୍ଜିବି ଦୋରା ପ୍ରଶିକ୍ଷଣ ଦେଇଥିଲେ।