April 25, 2026

ଶିଶୁ ମନ୍ଦିରରେ ବିଶ୍ବ କଣ୍ଢେଇ ଦିବସ ପାଳିତ….

teddy
Share


ବୁଗୁଡ଼ା : ତା ୨୨/୦୩/୨୪ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ବାଟିକା ପକ୍ଷରୁ କଣ୍ଢେଇ ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ପ୍ରାରମ୍ଭ ଓ ବୋଧ ଶ୍ରେଣୀର ଶିଶୁମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ କଣ୍ଢେଇ ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହୋଇଥିଲା ଏବଂ ଶିଶୁମାନେ ଏହାକୁ ମନଭରି ଉପଭୋଗ କରିଥିଲେ । ଏ ଯୁଗରେ ମୋବାଇଲ୍ ଏବଂ କାର୍ଟୁନ ଯୋଗୁଁ ପିଲାମାନଙ୍କ ମଧ୍ୟରେ କଣ୍ଢେଇ ପ୍ରତି କମିଯାଇଥିବା ରୁଚିକୁ ପୁନଃଜାଗରଣ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହୋଇଥିବା ବେଳେ ଏଥିରେ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ଆଲଟିଆ ଯୋଗ ଦେଇ ଶିଶୁମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଶିଶୁ ବାଟିକା ପ୍ରମୁଖ ଗୁରୁମା ମମତା କୁମାରୀ ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଗୁରୁମା ପ୍ରତିମା ସାହୁ , ସୁଜାତା ମହାପାତ୍ର ଓ ଅର୍ଚ୍ଚନାମୟୀ ପାତ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

You may have missed