March 10, 2026

ପାରଳାଖେମୁଣ୍ଡି ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଯୋଗାଇ ଦିଆଯାଉଥିବା ପାଇପ ପାଣିରୁ ବାହାରୁଛିପୋକ

IMG-20230322-WA0013
Share

ପାରଳାଖେମୁଣ୍ଡି:୨୨/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବାସିନ୍ଦାଙ୍କୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଇପ ପାଣିରୁ ପୋକ ବାହାରୁଥିବାର ଅଭିଯୋଗ ହୋଇଛି । ସହରର ଓଁମଶାନ୍ତି କଲୋନୀ ଅଞ୍ଚଳରେ ପ୍ରାୟ ଦୁଇ ମାସରୁ ଉର୍ଦ୍ଧ ସମୟ ହେବ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଇପ ଯୋଗେ ଦିଆଯାଉଥିବା ପାନୀୟ ଜଳ ଗୋଳିଆ ପାଣି ଆସୁଥିବା ନେଇ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟଳୟରେ ବାରମ୍ବାର ଦୁଇ ତିନି ଥର ଅଭିଯୋଗ କରାଯାଇଥିବାର ପ୍ରକାଶ କରିଛନ୍ତି ଅଞ୍ଚଳବାସୀ । ଗୋଳିଆ ପାଣି କୌଣସି କାରଣରୁ ଆସୁଥିବା ଭାବି ଲୋକେ କଷ୍ଟ ସ୍ୱୀକାର କରି ପିଉଥିଲେ । ହେଲେ ଗତ କିଛି ଦିନ ହେବ ଏହି ପାଣି ସ୍ୱଚ୍ଛ ଦେଖାଦେଉଥିଲେ ମଧ୍ୟ ଏଥିରେ ପୋକ ବାହାରୁଥିବାର ଅଞ୍ଚଳର ମହିଳାମାନେ ଅଭିଯୋଗ କରିଛନ୍ତି ।ଉକ୍ତ ପୋକ ବାହାରୁଥିବା ଘଟଣାକୁ ମଧ୍ୟ ଲୋକେ ଜନସ୍ୱାସ୍ଥ୍ୟ ବିଭାଗର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କର୍ଣ୍ଣପାତ ନକରି ଚୂପ ରହିଥିବା ନେଇ ଜଣାଇଛନ୍ତି ପାଇପ ଜଳ ଉପଭୋକ୍ତାମାନେ ଏ ନେଇ ଓଁମ୍‌ଶାନ୍ତି କଲୋନୀର ମହିଳାମାନେ ଏକତ୍ରିତ ହୋଇ ସେମାନେ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ଦିଆଯାଉଥିବା ପାନୀୟ ଜଳକୁ ପାତ୍ରମାନଙ୍କ ମଧ୍ୟରେ ରଖି ପ୍ରଦର୍ଶନ କରିଛନ୍ତି । ଉକ୍ତ ପାତ୍ରରେ ଛୋଟରୁ ଅତି ଛୋଟ ପୋକ ପରିଲିକ୍ଷିତ ହେଉଛି । ଗୋଟିଏ ପାତ୍ରରେ ପ୍ରାୟ ୧୦ରୁ୧୫ ଛୋଟ ଛୋଟ ପୋକ ବା କୀଡା ଆକାରର ପୋକ ଦେଖିବାକୁ ମିଳୁଛି । । ଏହା ସହ ଏପରି ପାଣି ଆସୁଥିବାକୁ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଜନଅସନ୍ତୋଷ ବୃଦ୍ଧି ପାଉଛି । ତେଣୁ ଉକ୍ତ ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲାପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ସମାଧାନ କରନ୍ତୁ ବୋଲି ଦାବି ଏ ଅଞ୍ଚଳ ବାସିଙ୍କ ପକ୍ଷରୁ ଦାବି ହେଉଛି ।