February 23, 2025

ଶୈକ୍ଷିକ ପରିଭ୍ରମଣ କଲେ ବୁଗୁଡା ବ୍ଲକ ସ୍କୁଲ ଛାତ୍ରଛାତ୍ରୀ 

Share

 

ବୁଗୁଡ଼ା : ତା ୨୨/୦୨/୨୫: ବିଦ୍ୟାଳୟରେ ପାଠପଢା ସହିତ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଜ୍ଞାନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନୂଆଁ ଯୋଜନା “ଶୈକ୍ଷିକ ପରିଭ୍ରମଣ” କାର୍ଯ୍ୟକ୍ରମ ଆଜି ବୁଗୁଡା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି ଶୈକ୍ଷିକ ପରିଭ୍ରମଣ ମାଧ୍ୟମରେ ଛାତ୍ରଛାତ୍ରୀ କଳା ସଂସ୍କୃତି ଓ ଐତିହାସିକ ପୀଠସ୍ଥଳୀ ବିଷୟରେ ଜ୍ଞାନ ଆହରଣ କରିବା ସହିତ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ବିଷୟରେ ଜ୍ଞାନ ଆହରଣ କରିପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏ ପରିପ୍ରେକ୍ଷୀରେ ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ୧୩୦ଟି ବିଦ୍ୟାଳୟର ୩୯୦ ଜଣ ଛାତ୍ରଛାତ୍ରୀ ଭଞ୍ଜନଗର ସରକାରୀ ଧନ୍ଦାମୂଳକ ଶିକ୍ଷା କେନ୍ଦ୍ର, ଶିଶୁ ଉଦ୍ୟାନ ଓ ବିଭିନ୍ନ ସାଂସ୍କୃତିକ ପୀଠସ୍ଥଳୀ ଭ୍ରମଣ କରିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଭ୍ରମଣ, ଖାଦ୍ୟ ଯୋଗାଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ୯ ଜଣ କର୍ମଚାରୀଙ୍କ ସହିତ ୪୧ ଜଣ ଶିକ୍ଷକ ଦାୟିତ୍ୱ ନେଇ ଆଜିର ଶୈକ୍ଷିକ ଭ୍ରମଣକୁ ସଫଳ କରିଥିବା ଜଣାଯାଇଛି।