ଚତୁର୍ଥ ଦିନ ରେ ଓଡ଼ିଶା ଆନ୍ତଃ ବିଶ୍ବବିଦ୍ୟାଳୟ ସାହିତ୍ୟିକ ଓ ସାଂସ୍କୃତିକ ପ୍ରତିଯୋଗିତା

ବ୍ରହ୍ମପୁର ,
ଏକ ସୁନ୍ଦର ପରିବେଶକୁ ଆଗେଇ ନେଇ ଅତି ଚମତ୍କାର ପରିଚାଳନା ସହ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଚାଲିଥିବା ଓଡ଼ିଶା ଆନ୍ତଃ ବିଶ୍ବବିଦ୍ୟାଳୟ ସାହିତ୍ୟିକ ଓ ସାଂସ୍କୃତିକ ପ୍ରତିଯୋଗିତାର ଚତୁର୍ଥ ଦିନର କାର୍ଯ୍ୟକ୍ରମ ଅତି ରୋମାଞ୍ଚକର ଥିଲା। ଭଞ୍ଜ ବିହାର ମାଟିରେ ଓଡ଼ିଶାର ବିଭିନ୍ନ ବିଶ୍ଵବିଦ୍ୟାଳୟରୁ ଆସିଥିବା ପ୍ରତିଯୋଗୀ ମାନେ ପ୍ରତିଯୋଗିତା ମାଧ୍ୟମରେ ନିଜ ଦକ୍ଷତାର ପରାକ୍ରମକୁ ଅତି ଉତ୍ତମ ଢଙ୍ଗ ରେ ଉପଭୋଗ କରୁଛନ୍ତି । ଓଡ଼ିଶା ଆନ୍ତଃ ବିଶ୍ବବିଦ୍ୟାଳୟ ପ୍ରତିଯୋଗିତାର ଚତୁର୍ଥ ଦିବସରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟରେ ଜଷ୍ଟ ଏ ମିନଟ, ଶାସ୍ତ୍ରୀୟ ନୃତ୍ୟ, ଆଧୁନିକ ନୃତ୍ୟ (ଏକକ) ଏବଂ , ସାଧାରଣ ଜ୍ଞାନ (ଅନ୍ତିମ ପର୍ଯ୍ୟାୟ) ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେଇଛି। ଖ୍ୟାତନାମା ନୃତ୍ୟ ନିର୍ଦ୍ଦେଶକ ଗୁରୁ ଗଜେନ୍ଦ୍ର ପଣ୍ଡା, ଡ ମନୋଜ କୁମାର ବେହେରା ଏବଂ ଡ ସିକତା ଦାଶ, ଡ ବିଭୁଦତ୍ତ ଆଚରି ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ l ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିର୍ନ ବିଶ୍ୱବିଦ୍ୟାଳୟରୁ ଆସିଥିବା ପ୍ରତିଯୋଗୀ ମାନେ ଚିତ୍ତାକର୍ଷକ ନୃତ୍ୟ ଓ ଗୀତ ପରିବେଷଣ କରିଥିବା ବେଳେ ଓଡିଶାର ଜଣାଶୁଣା କଣ୍ଠଶିଳ୍ପୀ ଅନୁସୟା ନାଥ ଏବଂ ଡ ଚନ୍ଦନ ଗନ୍ତାୟତ ସଂଗୀତ ପରିବେଷଣ କରିଥିଲେ l ଏବଂ ଗୁରୁ ଗଜେନ୍ଦ୍ର ପଣ୍ଡା ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ l ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର୍ ଗୀତାଞ୍ଜଳି ଦାଶ, ନିମନ୍ତ୍ରିତ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ତଥା ଉଚ୍ଚ ଶିକ୍ଷା ବିଭାଗ ଚେୟାରମ୍ୟାନ, ଷ୍ଟାଣ୍ଡିଙ୍ଗ କମିଟୀ (୪) ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗଦେଇଥିଲେ I ପ୍ରତେକ ଦିନ ଭଳି ପତ୍ରିକା ମଧ୍ୟ ଉନ୍ମୋଚିତ ହୋଇଥିଲା l ଏହାକୁ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପ୍ରସ୍ତୁତ କରିଥିଲେ lଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ , ସ୍ନାତକୋତ୍ତର ବିଭାଗର ଅଧ୍ୟକ୍ଷ ପ୍ରଫେସର୍ ସୁକାନ୍ତ କୁମାର ତ୍ରିପାଠୀ କୁଳସଚିବ ଶ୍ରୀ ସଚିଦାନନ୍ଦ ନାୟକ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ପ୍ରୋତ୍ସାହିତ କରିଥିଲେ I ଫେବୃଆରୀ ୧୯ ରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବରେ ଓଡିଶାର ୧୭ଟି ବିଶ୍ୱବିଦ୍ୟାଳୟରୁ ୫୦୩ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରତିନିଧିତ୍ବ କରୁଛନ୍ତି I ଏହି ମହୋତ୍ସବ ଫେବୃଆରୀ ୨୪ ରେ ଆୟୋଜିତ ଉଦଯାପନୀ ଉତ୍ସବରେ ବିଜେତାମାନଙ୍କୁ ସମ୍ମାନିତ କରାଯିବ I