November 23, 2024

ଅସ୍ତରଂଗ ରାଜ ରାସ୍ତାରେ ହଜାର ହଜାର ଜନତା । ଉପକୂଳ ଠାରୁ ୨୦କିମି ଦୂରରେ କାହିଁକି ଭାରତ ମାଳା

Share

ଅସ୍ତରଙ୍ଗ,,ଭାରତ ମାଳା ପରି ଯୋଜନାରେ ନିର୍ମାଣ ହେବାକୁ ଥିବା ରାସ୍ତା କୁ ନେଇ ବିବାଦ । ପୁରୀ ଜିଲ୍ଲା ଓ ଜଗତସିଂହ ପୁର ଜିଲ୍ଲା ଦେଇ ଯାଉଥିବା ଉପକୂଳ ରାସ୍ତା ଟି ତାର ମୂଳ ଲକ୍ଷ୍ୟ ଠାରୁ ୨୦ କିମି ଦୂରରେ ଯାଉ ଥିବାରୁ ,ଏହାର ପ୍ରତିବାଦ କରି,ପଡୋଶୀ ବାଲିକୁଦା ବ୍ଲକ ଓ ଅସ୍ତରଙ୍ଗ ବ୍ଲକ ର ହଜାର ହଜାର ମହିଳା ଓ ପୁରୁଷ ବିଭିନ୍ନ ସ୍ଲୋଗାନ ଦେଇ ଅସ୍ତରଙ୍ଗ ବଜାର ପରିକ୍ରମା କରି,ମୂଳ ଲକ୍ଷ ସ୍ଥଳ ଦେଇ ରାସ୍ତା ଯିବା ପାଇଁ, ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ ଙ୍କ ଜରିଆରେ ପୁରୀ ଜିଲ୍ଲାପାଳଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଅଛି ।

ଏଠାରେ ସୂଚନା ଯୋଗ୍ୟ ଯେ,୨୦୧୫ ମସିହାରେ ଗୋପାଳପୁର ଠାରୁ ଦୀଘା ପର୍ଯ୍ୟନ୍ତ ଉପକୂଳ ରାଜପଥ ନିର୍ମାଣ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ସେହି ଅନୁଯାୟୀ, ଜମି ଜମା ସର୍ଭେ କରା ଯାଇ,ଅସ୍ତରଙ୍ଗ ବ୍ଲକ ର ଗଡ଼ ନୟନ ଛଡ଼ା, ସରିପୁର,ସିଲାରି, କନ୍ତପହରା, କୁଅଁରପୁର,ଝାରିଆ,ଅନନ୍ତା ହୋଇ,ନଗର ବାଲିଡିଆ ଦେଇ, ଦେବୀନଦୀ ପାର ହୋଇ କୁଜଙ୍ଗ ,ବାଲିତୁଠ ଆଦି ଦେଇ ଯିବା କଥା । ହେଲେ, କେତେକ କୁଚକ୍ରି ଗୋଷ୍ଠୀ, ଏହି ରାଜପଥ କୁ ମୂଳ ସିମାଦେଇ ନ ଯିବା ପାଇଁ ଚକ୍ରାନ୍ତ କରି,ଏହାର ନକ୍ସା ବଦଳାଇ ,ଅସ୍ତରଙ୍ଗ ଠାରୁ ୨୦କିମି ର ରୁ ଉର୍ଦ୍ଧ ଦୂରରେ ଉପକୂଳ ରାଜ ପଥ ନେଇ ଯାଉ ଥିବାର ଜଣା ପଡ଼ିଲା ପରେ,ଆସ୍ତେ ଆସ୍ତେ ବିରୋଧ ଆରମ୍ଭ ହେଲା । ବାଲିକୁଦା ବ୍ଲକ ଜେ କି ଅତୀତରେ ଅସ୍ତରଙ୍ଗ ବ୍ଲକ ଅଧିନରେ ଥିଲା,ସେଠାକାର ଅଧିବାସୀ ରାସ୍ତା ମୂଳ ଲକ୍ଷ୍ୟ ଠାରୁ ଘୁଞ୍ଚି ଯାଉଥିବା ର ଅନୁଭବ କରି,ଜଗତସିଂହପୁର ଜିଲ୍ଲା ରେ,ଆନ୍ଦୋଳନ ଦାବିପତ୍ର ଆଦି ଦେବା ସହ,ଦୃଢ଼ ପ୍ରତିବାଦ କଲା ପରେ,ଏହାର ସପଟ ତଥା ରାଜପଥ ସ୍ଥାନାନ୍ତରିତ ବିରୁଦ୍ଧରେ ବୁଧବାର ଦିନ ଅସ୍ତରଙ୍ଗ ଅଞ୍ଚଳର ହଜାର ହଜାର ଲୋକ ରାଲି ଓ ପ୍ରତିବାଦ ସଭା କରି, ଏହାର ବିଚାର ନିମନ୍ତେ ମାନନୀୟ ଜିଲ୍ଲା ପାଳ ପୁରୀ ଙ୍କ ଉଦ୍ଦେଶ୍ୟରେ ଅସ୍ତରଙ୍ଗ ତହସିଲ ଦାରଙ୍କ ଜରିଆରେ ସ୍ମାରକ ପତ୍ର ଦେଇଛନ୍ତି । ଏହି ପ୍ରତିବାଦ ସଭାରେ,ଉପକୂଳ ରାଜପଥ ସୁରକ୍ଷା ମଞ୍ଚ ର ଆବାହକ,ଅଶୋକ କୁମାର ସ୍ବାଇଁ,ଙ୍କ ସମେତ,କାଳନ୍ଦୀ ଚରଣ ଛାଟୋଇ, ପ୍ରସନ୍ନ ବେହେରା,ରବୀନ୍ଦ୍ର ମହାନ୍ତି,ଦିବ୍ୟଦର୍ଶି ବିଶ୍ଵାଳ,ଅଧିକାରୀ ବେହେରା,ମାନସ କୁମାର ରାଉତରାୟ,ପବିତ୍ର ଲେଙ୍କା ,ଦୁଃଶାସନ ପରିଡ଼ା,ଆଦି ଏହାର ନେତୃତ୍ୱ ନେଇଥିବା ବେଳେ,ଯଦି ସାତ ଦିନ ଭିତରେ ଏହାର କିଛି ସମାଧାନ ନ ହୁଏ,ତାହାଲେ,ତହସିଲ ସମ୍ମୁଖରେ ଧାରଣା ଦିଆଯିବ ବୋଲି ମଞ୍ଚ ଘୋଷଣା କରି ଅଛି । ଅସ୍ତରଙ୍ଗ ଥାନା ଆଇ ଆଇ ସି ପଞ୍ଚାନନ ପରିଡ଼ା ଙ୍କ ନେତୃତ୍ଵ ଓ ଥାନା, ଓ ଆଇ ସି ,ସଂଗ୍ରାମ କେଶରୀ ସ୍ବାଇଁ, ଏ ଏସ,ଆଇ ଖଗେଶ୍ବର କର,ପ୍ରଶାନ୍ତ କୁମାର ବିଶ୍ବାଳ,ଓ ରତ୍ନାକର ବେହେରାଙ୍କ ପ୍ରତ୍ୟକ୍ଷ ତତୋବ ଧାନରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ ଶାନ୍ତି ଶୃଙ୍ଖଳା ରକ୍ଷା କରା ଯାଇଥିଲା ।

ଦୁଃଶାସନ ନାୟକ ,ଅସ୍ତରଙ୍ଗ ।