November 23, 2024

ସାମର୍ଥ୍ୟ ଶିକ୍ଷକ ତାଲିମ୍ ଶିବିରର ଉଦଯାବିତ

Share


ଅଦ୍ୟ ତା 22.02.2023 ବୁଧବାର ଦିନ ଗଜପତି ଜିଲ୍ଲା ମୋହନା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ରେ ଦିବ୍ୟାଙ୍ଗ ଶିକ୍ଷାର୍ଥୀ ପାଇଁ ଆନ୍ତର୍ନିବେଶୀ ଶିକ୍ଷା ଉପରେ ଆଧାରିତ ଶିକ୍ଷକ ତାଲିମ ଶିବିର ଉଦଯାବିତ ହୋଇଯାଇଛି l ଏହି ତାଲିମ ଶିବିର ଦୁଇଟି ପର୍ଯ୍ୟୟରେ 73ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ କୁ ନେଇ ଚାଲିଥିଲା l ଜାତୀୟ ଶିକ୍ଷା ନୀତି 2020 ଓ Rpwd act 2016 ଅନୁଯାଇ ସମସ୍ତ ସରକାରୀ ବିଦ୍ୟାଳୟ ରେ ସାଧାରଣ ବର୍ଗ ର ପିଲା ମାନଙ୍କ ସହ ସ୍ୱତନ୍ତ୍ର ଆବଶ୍ୟକତା କରୁଥିବା ଶିକ୍ଷାର୍ଥୀ ଶିକ୍ଷା ଲାଭ କରିପାରିବେ ଓ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ପାଇପାରିବେ, ସେମାନଙ୍କ ଅଭିଭାବକ ଙ୍କୁ ସଚେତନତା, ଚିହ୍ନଟିକରଣ, ଶ୍ରେଣୀ ପରିଚାଳନା ଓ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ଉପରେ ଆଲୋଚନା କରାଯାଇଥିଲା ତତ ସହିତ ଏହା କିପରି ବିଦ୍ୟାଳୟ ସ୍ତର ରେ ଉପଯୋଗ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା l ଏହି କାଯ୍ୟକ୍ରମ କୁ ମୋହନା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଦେବଦାସ ତମରାପୁ ଓ ସହକାରୀ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ କୁନା ପାତ୍ର ପ୍ରତିଦିନ ତଦାରଖ କରନ୍ତି l ବରିଷ୍ଠ ସାଧନ କର୍ମୀ ଭାବେ ଜୟ ସେଠି, ସୁମନ୍ତ ପ୍ରଧାନ, ଇତିରଞ୍ଜନ ମହାପାତ୍ର ଓ ଗୌରହରି ପୋଲାଈ ଓ ସି ଆର ସି ସି ସିଦ୍ଧାର୍ଥ ପାତ୍ର ତାଲିମ କାର୍ଯ୍ୟକ୍ରମ କୁ ପରିଚାଳିତ କରିଥିଲେ l ସାଧନ ସମ୍ବଳ କର୍ମୀ ଶ୍ରୀ ପ୍ରକାଶ କୁମାର ସାହୁ ଓ ସୁମନ୍ତ ପ୍ରଧାନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l