November 23, 2024
Share

 

ତାରିଖ ୨୨/୦୨/୨୦୨୩ ବୁଧବାର ।

 

ବମ୍ବେ ହାଇକୋର୍ଟ କହିଲେ କାହା ବୟାନରେ କ୍ଷୁର୍ଣ୍ଣ ହେବନି ସୁପ୍ରିମକୋର୍ଟଙ୍କ ସମ୍ମାନ, ରିଜିଜୁଙ୍କ ବିରୋଧରେ ଆଗତ PIL ଖାରଜ ।

 

ସଂସଦ ରତ୍ନ ଆୱର୍ଡ ୨୦୨୩: ସିପିଏମର ଟିକେ ରଙ୍ଗାରାଜନଙ୍କୁ ଲାଇଫଟାଇମ ଆଚିଭମେଣ୍ଟ, ୧୩ ସାଂସଦଙ୍କୁ ସମ୍ମାନ ।

 

ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ ।

 

ଦେଶର ସବୁଠୁ ବଡ ଚାକିରି ଠକେଇର ଆଉ ଜଣେ ଅଭିଯୁକ୍ତ ଗିରଫ । ୧୭ଟି ରାଜ୍ୟରେ ନାମୀଦାମୀ ଖବର କାଗଜରେ ସରକାରୀ ଚାକିରିର ବିଜ୍ଞାପନ ଦେଇ କରୁଥିଲେ ଠକେଇ ।

 

ଇନ୍ଦିରା ପଦରୁ ହଟାଇଥିଲେ, ରାଜୀବ ଉଠିବାକୁ ଦେଲେନି, ପିତାଙ୍କ କାହାଣୀ କହିଲେ ଏସ୍.ଜୟଶଙ୍କର ।

 

ପଶ୍ଚିମବଙ୍ଗରେ ଶିଶୁଙ୍କ ପାଇଁ କାଳ ସାଜିଛି ନୂଆ ଭାଇରସ ଏଡିନୋ । ୬ଶହରୁ ଉର୍ଦ୍ଧ ଶିଶୁ ସଂକ୍ରମିତ, ୮ଜଣଙ୍କ ମୃତ୍ୟୁକୁ ନେଇ ଚିନ୍ତାରେ ମମତା ସରକାର ।

 

ସୋନୁ ନିଗମ ଉପରେ ଆକ୍ରମଣ ଘଟଣା: ବିଧାୟକଙ୍କ ପୁଅ ବିରୋଧରେ ମାମଲା ରୁଜୁ, କ୍ଷମା ମାଗିଲେ ବାପା-ଭଉଣୀ ।

 

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ୟୁକ୍ରେନ ଗସ୍ତକୁ ନେଇ ଚିହିଁକି ଉଠିଛି ରୁଷିଆ । ଦେଶବାସୀଙ୍କୁ ସମ୍ବୋଧନ କରି ଆମେରିକା ଉପରେ ବର୍ଷିଲେ ରୁଷ ରାଷ୍ଟ୍ରପତି ପୁଟିନ୍ ।

 

୨୩ରେ ମୁଖ୍ୟମନ୍ତ୍ରୀଙ୍କ ସୁଆଣ୍ଡୋ ଗସ୍ତ, ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ କରିବେ ଲୋକାର୍ପଣ

 

ଆର୍ଥିକ ସଂକଟ ଭିତରେ ପାକିସ୍ତାନର ବଡ ନିଷ୍ପତ୍ତି, ନ୍ୟୁକ୍ଲିୟର ଅସ୍ତ୍ର ବିକ୍ରି କରିବାକୁ ପ୍ରସ୍ତୁତ ହେଉଛି ଦେଶ ।

 

ଜି-୨୦ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ପ୍ରଥମ ବୈଠକ, ଫେବ୍ରୁଆରୀ ୨୪-୨୫ରେ ବେଙ୍ଗାଲୁରୁରେ ହେବ ଆୟୋଜନ ।

 

ସନ୍ଦେହ ଆଧାରରେ DNA ପରୀକ୍ଷା ପାଇଁ ଅନୁମତି ଦେବା ଠିକ୍ ନୁହେଁ: ସୁପ୍ରିମକୋର୍ଟ ।

 

ସୁପ୍ରିମକୋର୍ଟଙ୍କୁ କ୍ଷମାଯାଚନା କଲେ ଗୋଧ୍ରା ଟ୍ରେନପୋଡି ଦୋଷୀ, କହିଲେ ରାଜୀବ ହତ୍ୟାକାରୀଙ୍କ ପରି ଛାଡି ଦିଅ।

 

ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୧୩ ଓ ୨୦୧୬ ଏବଂ ଓଡ଼ିଶା ଏମଏସଏସଇ ବିକାଶ ନୀତି-୨୦୧୬ର ସଂଶୋଧନ ।

 

ଧୋଲେରାରେ ସ୍ଥାପନ ହେବ ଦେଶର ପ୍ରଥମ ସେମିକଣ୍ଡକ୍ଟର ପ୍ଲାଣ୍ଟ, ୧ ଲକ୍ଷ ଲୋକଙ୍କୁ ମିଳିବ ରୋଜଗାର ।

 

ବର୍ଷାଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଅଭିଯୋଗ: ପୁଲିସ ନିଷ୍କ୍ରିୟତା ଦର୍ଶାଇ ଦାୟର ମାମଲା ହାଇକୋର୍ଟରେ ଖାରଜ ।

 

କିଭ୍‌ରେ ଇଟାଲୀ ପ୍ରଧାନମନ୍ତ୍ରୀ, ବାଇଡେନ୍‌ଙ୍କ ପରି ଟ୍ରେନ୍‌ରେ ଯାତ୍ରା କରି ୟୁକ୍ରେନ୍‌ରେ ପହଞ୍ଚିଲେ ।

 

ସାରା ଦେଶରେ ୭୨ଟି ସ୍ଥାନରେ NIAର ଚଢଉ, ଟାର୍ଗେଟରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇର ସହଯୋଗୀ ।

 

ସୁପ୍ରଭାତ ,ଶୁଭ ସକାଳ ।