November 23, 2024

ସବୁ ସମୟରେ ସମାଜରେ ମଣିଷ ଖୋଜା ଚାଲିଛି: ଏଣୁ ଛାତ୍ରଛାତ୍ରୀ ମାନେ ମଣିଷ ହେବାକୁ ହେଲେ ସ୍ଥିତପ୍ରଜ୍ଞ ହେବାକୁ ପଡିବ

Share

ଡ.କୁଳମଣିଓଝା
ବୁଗୁଡା:-ତା-୨୧-୦୨-୨୦୨୩ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ବାଲିପଦର ପକ୍ଷରୁ ତ୍ରିବିଂଶତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳନ ହୋଇ ଯାଇଛି। ଉଚ୍ଚ ମାଧ୍ଯମିକ ଶିକ୍ଷା ପରିଷଦ ବ୍ରହ୍ମପୁର ଆଞ୍ଚଳିକ କାର୍ଯାଳୟ ଉପ ସଚ୍ଚିବ ବରିଷ୍ଠ ଶିକ୍ଷାବିତ୍ ଡକ୍ଟର କୁଳମଣି ଓଝା ମୂଖ୍ଯ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ବୌଦ୍ଧିକ ଜ୍ଞାନ ର ବିକାଶ ସମ୍ପର୍କରେ ସୁଚନା ଦେବାସହ ବିଦ୍ୟାର୍ଥୀ ମାନେ ପ୍ରଥମେ ମଣିଷ ହେବାକୁ ପଡିବ। ସେମାେନଙ୍କ ମଣିଷ ପଣିଆ ରାଷ୍ଟ୍ର ଗଠନରେ ସହାୟକ ହେବ ଏବଂ ନିଜର କାର୍ଯ୍ୟ ଦକ୍ଷତାର ପରିପ୍ରକାଶ ଘଟିବ ଏଣୁ ସମସ୍ତେ ସ୍ଥିତପ୍ରଜ୍ଞ ହୋଇ ପାରିଲେ ବିଦ୍ୟାର୍ଥୀ ମାନଙ୍କ ଭବିଷ୍ଯତ ଉଜ୍ଜ୍ବଳ ମୟ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଯୁକ୍ତ ଦୁଇ ମହାବିଦ୍ୟାଳୟ ଅଧ୍ଯକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ଏହି ଉତ୍ସବରେ ବାଲିପଦର ଗ୍ରାମପଞ୍ଚାୟତ ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ ଯୋଗଦେଇ ଉଦ୍ ଘାଟନ କରିଥିବା ବେଳେ ଅନ୍ୟ ତମ ଅତିଥି ଭାବେ ସମାଜସେବୀ ଖଲି ପରିଡା, କୈଳାସ ଚନ୍ଦ୍ର ପ୍ରଧାନ, ଜି. ରାଜେଶ୍ବର ପାତ୍ର, କୈଳାସ ଚନ୍ଦ୍ର ସେନାପତି, କାମେଶ୍ବର ବେହରା ଯୋଗଦେଇ ବକ୍ତବ୍ଯ ପ୍ରଦାନ କରିଥିଲେ। ଅଧ୍ୟାପକ ସରୋଜକାନ୍ତ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସୁଶାନ୍ତ କୁମାର ପଣ୍ଡା ବିବରଣୀ ପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ଯରେ ଅଧ୍ୟାପକ ଜୟନ୍ତ କୁମାର ହୋତା,ଡ.ଶିଶିର କୁମାର ନାୟକ, ସଞ୍ଜୟ କୁମାର ପାତ୍ର, ଜ୍ଞାନ ଚାନ୍ଦ ଗୌଡ, ସଂଜୟ କୁମାର ବିଷୋୟୀ,ଡ.ଦିଲିପ କୁମାର ପ୍ରଧାନ,ସୁଜାତା କୁମାରୀ ପଟ୍ଟନାୟକ, ସ୍ମିତା ରାଣୀ ସାହୁ,ଭାବଗ୍ରାହୀ ମହାପାତ୍ର, ପ୍ରଦ୍ୟୁମ୍ନ କୁମାର ପାଢୀ, କାହ୍ନୁ ଚରଣ ଦାସ, ରଶ୍ମି ରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଥିଲେ। +୨ ବିଜ୍ଞାନ ଓ କଳା ଛାତ୍ରଛାତ୍ରୀ ମାନଙ୍କ ଅନୁଷ୍ଠିତ ବାର୍ଷିକ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଫଳ ହୋଇଥିବା ପ୍ରତି ଯୋଗୀ ମାନଙ୍କୁ ଉପସଚିବ ଶ୍ରୀ ଓଝା ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ। ବାର୍ଷିକ ଉତ୍ସବ ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ। ଶେଷରେ ସୁଜାତା କୁମାରୀ ପଟ୍ଟନାୟକ ଧନ୍ଯବାଦ ଅର୍ପଣ କରିଥିଲେ।
*******