କୁଜଙ୍ଗ ପୋଲିସ କୁ ମିଳିଛି ବଡ଼ ଧରଣର ସଫଳତା
କୁଜଙ୍ଗ ପୋଲିସ କୁ ମିଳିଛି ବଡ଼ ଧରଣର ସଫଳତା l ଅଭିଯୋଗ ର ଦୁଇଦିନ ଭିତରେ ବାଇକ ସହିତ ବିଭିନ୍ନ ସ୍ଥାନରୁ ବାଇକ ଚୋରି କରୁଥିବା ଚାରିଜଣ ବାଇକ ଲୁଟେରା ଙ୍କୁ ଗିରଫ କରିବାରେ ସଫଳ ହୋଇଛି କୁଜଙ୍ଗ ପୋଲିସ l ଏ ନେଇ କୁଜଙ୍ଗ ପୋଲିସ ଷ୍ଟେସନ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି କୁଜଙ୍ଗ ଥାନା ଅଧିକାରୀ ବଂଶୀଧର ପ୍ରଧାନ l ସୂଚନା ଅନୁଯାୟୀ ଗତ ୧୭ ତାରିଖ ରେ ତାଳଦଣ୍ଡା ଗ୍ରାମର ଦିପୁନା ପରିଡା ଙ୍କ ବାଇକ ଚୋରି ହୋଇଥିବା ନେଇ କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ l ଯାହାକୁ ନେଇ କୁଜଙ୍ଗ ଥାନା ର ସବଇନ୍ସପେକ୍ଟର ପ୍ରମୋଦ କୁମାର ରାୟ ଙ୍କ ନେତୃତ୍ୱ ରେ ଏକ ପୋଲିସ ଟିମ ଘଟଣା ର ଛାନଭିନ୍ ଆରମ୍ଭ କରିଥିଲା l ଚୋରି ହୋଇଥିବା ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ କୁ ଆଧାର କରି ଚାରିଜଣ ଯୁବକ ଙ୍କୁ ଥାନାକୁ ଆଣିବା ସହିତ ଜେରା ଆରମ୍ଭ କରିଥିଲା କୁଜଙ୍ଗ ପୋଲିସ l ଯାହା ଫଳରେ ଉକ୍ତ ଚାରିଜଣ ଯୁବକ ଚୋରି କରିଥିବା ଚୋରୀରେ ସଂଶ୍ଲିଷ୍ଟ ଥିବା ପୋଲିସ ପାଖରେ ସ୍ୱୀକାର କରିଥିଲେ l ଏହି ଘଟଣା ରେ କୁଜଙ୍ଗ ପୋଲିସ ତିନିଗୋଟି ବାଇକ ଜବତ କରିବା ସହିତ ମୋବାଇଲ ଫୋନ ଜବତ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି ଥାନା ଅଧିକାରୀ l ତେବେ ଉକ୍ତ ବାଇକ ଚୋରି ଘଟଣା ରେ ଚୋର ମାନଙ୍କ ସହିତ ଚୋରି ହୋଇଥିବା ବାଇକ ଜାଣିବା ସତ୍ୱେ ମାତ୍ର ଚାରି ହଜାର ଟଙ୍କା ଦେଇ ବାଇକ କିଣିଥିବା ଲୋକକୁ ମଧ୍ଯ ଗିରଫ କରି କୋର୍ଟ ଚାଲାଣ କରିଛି କୁଜଙ୍ଗ ପୋଲିସ l
(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର)
