ଛାତ୍ରଛାତ୍ରୀଙ୍କ ପାଇଁ CMC ର ନୂଆ ପଦକ୍ଷେପ ….
କଟକ ( ଦେବାଶିଷ ଦାଶ )
ଗୋଟିଏ ଦିନ କମିଶନରଙ୍କ ସହ କଟକ ମହାନଗର ନିଗମ (CMC) ଅଧୀନରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ଓ ପ୍ରେରଣାଦାୟକ ପଦକ୍ଷେପ ଆରମ୍ଭ ହେବାକୁ ଯାଉଛି। ‘ଗୋଟିଏ ଦିନ କମିଶନରଙ୍କ ସହ’ ନାମକ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ପ୍ରଶାସନିକ କାର୍ଯ୍ୟ ପ୍ରଣାଳୀକୁ ନିକଟରୁ ଜାଣିବାର ସୁଯୋଗ ପାଇବେ, ଏହି କାର୍ଯ୍ୟକ୍ରମ ପାଇଁ ଆଜିଠାରୁ CMC ଅଞ୍ଚଳ ଅଧୀନରେ ଥିବା ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଆବେଦନକାରୀଙ୍କୁ ମଧ୍ୟରୁ ଯୋଗ୍ୟ ବିବେଚିତ ଜଣେ ଛାତ୍ର କିମ୍ବା ଛାତ୍ରୀକୁ ବଛାଯିବ, ବଛାଯାଇଥିବା ଛାତ୍ରଛାତ୍ରୀ ଗୋଟିଏ ଦିନ CMC କମିଶନରଙ୍କ ସହ ଅଫିସରେ ସମୟ ବିତାଇବେ ଏବଂ IAS ଅଧିକାରୀମାନେ କିପରି ଦୈନିକ ପ୍ରଶାସନିକ କାର୍ଯ୍ୟ ସଞ୍ଚାଳନ କରନ୍ତି, ସେଥିପାଇଁ ପ୍ରତ୍ୟକ୍ଷ ଅନୁଭବ ହାସଲ କରିପାରିବେ, ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କୁ ପ୍ରଶାସନିକ ସେବା ପ୍ରତି ଆଗ୍ରହୀ କରିବା ସହ ଭବିଷ୍ୟତ ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି ..
