May 21, 2025

ଅଦ୍ଵିକା ଯୋଜନା ଅନ୍ତର୍ଗତ ଟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ

Share

 

କୋଲନରା : କୋଲନରା ଆଇସିଡିଏସ କାର୍ଯ୍ୟାଳୟ ପରିସରରେ ଆଜି ଟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ ସି ଡି ପି ଓ ବିଜୟ ଲକ୍ଷ୍ମୀ ନିଷଙ୍କ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସଂଯୁକ୍ତା କୁଲିସିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ବିଡ଼ିଓ ରୀନା ପ୍ରଧାନ, ବିଇଓ ମଞ୍ଜୁଲତା ଜେନା, ଏ ବିଇଓ ପିତୃଦେବ ବିଡ଼ିକା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ କିଶୋର ଏବଂ କିଶୋରୀ ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା ର ପରିପ୍ରକାଶ ଓ ବିକାଶ ନିମନ୍ତେ ସେମାନଙ୍କୁ ପ୍ରୋସ୍ଛାହିତ କରିବା । ଏହି ପରିପ୍ରେକ୍ଷୀରେ ବ୍ଲକର କୋଣ ଅନୁକୋଣରୁ ଆସିଥିବା ଏକ ଶହରୁ ଉର୍ଦ୍ଧ୍ବ କିଶୋର ଏବଂ କିଶୋରୀ ମାନଙ୍କ ମଧ୍ୟରେ ଅଦ୍ଵିକା ବିଷୟ ବସ୍ତୁ , ଲିଙ୍ଗଗତ ସମାନତା, ମହିଳା ସଶକ୍ତିକରଣ ଏବଂ ବାଲ୍ୟ ବିବାହ କୁ ନା କହିବା, ପାଠ ପଢ଼ାକୁ ହଁ କହିବା ଇତ୍ୟାଦି ବିଷୟ କୁ ନେଇ ଚିତ୍ରାଙ୍କନ, ସଙ୍ଗୀତ, ନୃତ୍ୟ ଏବଂ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରତି ବିଭାଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନ ପତ୍ର ସହ ପ୍ରୋସ୍ଛାହନ ରାଶି ପ୍ରଦାନ କରି ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ବିକାଶ ପ୍ରକଳ୍ପର ଅଙ୍ଗନବାଡି କର୍ମୀ, ବ୍ଲକର ବିଭିନ୍ନ ଗ୍ରାମରୁ ଆସିଥିବା କିଶୋର ଏବଂ କିଶୋରୀ ମାନେ ଯୋଗ ଦେଇଥିଲେ। ଶିଶୁ ବିକାଶ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସିଡିପିଓ ଶ୍ରୀମତୀ ନିଷଙ୍କ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ : ସଞ୍ଜୀବ କଣ୍ଡାଗରୀ