ଯଶୋବନ୍ତ ଭାଇଙ୍କ ବଦାନ୍ୟତା
ତିର୍ତ୍ତୋଲରେ ଆଜି କାଲି ଯେକୌଣସି ମୂଲ୍ୟବାନ ସାମଗ୍ରୀ ହଜିଗଲେ ହରେଇଥିବା ବ୍ୟକ୍ତିକୁ ତାହାକୁ ଫେରିପାଇବା ସମ୍ଭବ ହୋଇନଥାଏ । ଘଟଣାରୁ ଜଣାଯାଇଛି କୁଜଙ୍ଗ ଭୁତମୁଣ୍ଡେଇ ବିଶ୍ଵାଳୀ ଗ୍ରାମର ସରସ୍ବତୀ ଦାସ ନାମକ ଜଣେ ମହିଳା ଇବ୍ରିସିଂ ସ୍ଥିତ ମା’ ଉତ୍ତରେଶ୍ବରୀ ଙ୍କ ଦର୍ଶନ ଓ ପୂଜା ପାଇଁ ଆସିଥିବା ଅବସରରେ ତାଙ୍କର ଏକ ମୋବାଇଲ ଫୋନ କୁ ହରାଇ ବସିଥିଲେ।ଏହି ସମୟରେ ସେଠାରେ ଉପସ୍ଥିତ ଥିବା ସ୍ବେଛାସେବୀ ଅନୁଷ୍ଠାନ ବ୍ୟାସ ଫାଉଣ୍ଡେସନର ସଂଗଠନ ସମ୍ପାଦକ ଶ୍ରୀ ଯଶୋବନ୍ତ ରାଉତ ଏହି ମୋବାଇଲ ଫୋନ ଟି ପାଇଲା ପରେ ତାଙ୍କ ନିଜ ଫୋନରୁ ସରସ୍ବତୀ ଦାସଙ୍କୁ ଫୋନ କରି ଜଣାଇଥିଲେ। ସେତେବେଳକୁ ମୋବାଇଲ ଟି ହରାଇ ନିରାଶ ମନରେ ସରସ୍ବତୀ ତାଙ୍କ ଘରେ ବସିରହିଥିଲେ। ଯଶୋବନ୍ତ ଙ୍କ ଜନ୍ମସ୍ଥାନ ନିକଟସ୍ଥ ଶାରଳା ପୀଠରେ ପହଂଚିବା ପରେ ଏହି ଫୋନଟି ତାଙ୍କୁ ହସ୍ତାନ୍ତର କରାଯାଇଥିଲା।ଏଥିପାଇଁ ସେ ଆନନ୍ଦରେ ଗଦଗଦ ହୋଇ ଯଶୋବନ୍ତଙ୍କୁ ଭୁୟସୀ ପ୍ରଶଂସା କରିବା ସହିତ ତାଙ୍କୁ ଆନ୍ତରିକ କୃତଜ୍ଞନ୍ତା ଜଣାଇଛନ୍ତି। ଏପରି ମହନୀୟତା କାର୍ଯ୍ୟ ପାଇଁ ବିଭିନ୍ନ
ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।
(ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ଉପାନ୍ତ ଖବର )