April 25, 2026

ଶ୍ରୀକର ଭଞ୍ଜ କ୍ରୀଡା ଓ ସାଂସ୍କୃତିକ ପରିଷଦ ବୈଠକ

IMG-20230122-WA0013
Share

 

ବୁଗୁଡ଼ା : ତା ୨୨/୦୧/୨୩ : ସ୍ଥାନୀୟ ଶ୍ରୀକର ଭଞ୍ଜ କ୍ରୀଡା ଓ ସାଂସ୍କୃତିକ ପରିଷଦର ଏକ ବୈଠକ ନିୟୁ ଏରା ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଆସୋସିଏସନ ସଭାପତି ଡ଼.ସୁବାଷ ଚନ୍ଦ୍ର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ସମ୍ପାଦକ ଅନିଲ ପଟ୍ଟନାୟକଙ୍କ ଦ୍ବାରା ଆଗତ ପ୍ରସ୍ତାବ କ୍ରମେ ସଂଗଠନର ପଞ୍ଜିକରଣ ସାଙ୍ଗକୁ ଆଗାମୀ ଦିନରେ ଏକ କବାଡି ଟୁର୍ନାମେଣ୍ଟ ଆୟୋଜନ କରାଯିବା ନିମନ୍ତେ ସର୍ବସମ୍ମତି ପ୍ରକାଶ ପାଇଥିଲା । ଏଥିସହ ବୁଗୁଡ଼ାର ପୁରୁଷ ଓ ମହିଳା କବାଡି ଟିମ୍ ରାଜ୍ୟ ସ୍ତରରେ ବେଶ ଭଲ ପ୍ରଦର୍ଶନ କରୁଥିବାରୁ ସଙ୍ଘ ପକ୍ଷରୁ ଖୁସି ପ୍ରକଟ କରାଯିବା ସହ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସବୁ ପ୍ରକାର ସାହାଯ୍ୟ କରିବା ପାଇଁ ଆଲୋଚନା ହୋଇଥିଲା l ଏ ଅବସରରେ ସଙ୍ଘର ଦୁଇ ଜଣ ଦିବଂଗତ ସଦସ୍ୟ ମଧୂସୁଦନ ପଟ୍ଟନାୟକ ଓ ନାରାୟଣ ପାତ୍ରଙ୍କ ଉଦ୍ଦେଶ୍ୟରେ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା l ବୈଠକରେ ସଙ୍ଘର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଉପଦେଷ୍ଟା କ୍ରିଷ୍ଣା ରାଓ ପାତ୍ରଙ୍କ ସମେତ ସଙ୍ଘ ସଦସ୍ୟ ଓ ଖେଳାଳିମାନେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l ବୈଠକରେ ସହ ସମ୍ପାଦକ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ସଦସ୍ୟ କିଶୋର କୁମାର ପଣ୍ଡା, ଦୁର୍ଗା ପ୍ରସାଦ ଦାଶ, ଲଲାଟେନ୍ଦୁ ପଟ୍ଟନାୟକ,କ୍ରୀଡ଼ାବିତ ଏମ ଶ୍ରୀନିବାସ ଦୋରା, ବାଦଲ ସ୍ବାଇଁ, ଦୀପକ କୁମାର ସାହୁ, ଅମରେଶ ପ୍ରଧାନ, ରବୀନ୍ଦ୍ର ବେହେରା,ସନ୍ତୋଷ ଖଣ୍ଡେଇ, କେ.ପ୍ରେମ କୁମାର ପାତ୍ର, ବିଭୁ ପ୍ରସାଦ ବେହେରା, ସ୍ୱରାଜ ସାହୁ, ଜଗନ୍ନାଥ ମହାନ୍ତି, ଅକ୍ଷୟ ନାୟକ, ଅର୍ପିତା ସେଠି, ସାଗରୀକା ପ୍ରଧାନ, ତାରାବାଇ ନାୟକ, ଲିମା ବେହେରା, ସନ୍ତୋଷିନୀ ନାୟକ, ଶର୍ମିଲି ସ୍ବାଇଁ କେ. ରୋଜା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ପରିଶେଷରେ ଭଗବାନ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ l

You may have missed