April 3, 2025

କାର ଦୁର୍ଘଟଣା ଗ୍ରସ୍ତ ଅଳ୍ଗକେ ବର୍ତ୍ତିଲେ ବାପ ପୁଅ

Share

 

 

ପାରଳାଖେମୁଣ୍ଡି:୨୨/୧(ଗରୁଡ଼ ଧ୍ଵଜ ଚୌଧୁରୀ)କୋରାପୁଟ ଜିଲ୍ଲା ଜୟପୁର ବାସିନ୍ଦା ଜୟନ୍ତ କୁମାର ରଥ ନିଜ ହୁଣ୍ଡାଇ କାର ନଂ-ଓଡି୨୪ସି୧୨୧୫ ଯୋଗେ ବ୍ରହ୍ମପୁର ଆସୁଥିବା ବେଳେ ମୋହନା ଥାନା ଅନ୍ତର୍ଗତ ମେରାପଲ୍ଲି ଛକ ନିକଟ ବୁଲାଣି ଠାରେ କାରର ବ୍ରେକ ଫେଲ ଯୋଗୁଁ କାରଟି ଭାରସାମ୍ୟ ରକ୍ଷାକରି ନ ପାରି ଡାହାଣ ପାର୍ଶ୍ଵ ରାସ୍ତା କଡକୁ ପଶିଯାଇଥିଲା। ୫ ଫୁଟ ଗଭୀର ଖାଲ ମଧ୍ୟରେ ପଶି ଏକ ବିରାଟ ଗଛର ଚେରକୁ ଲାଗି ଅଟକିଯାଇଥିଲା।ଚାଳକ ରଥ ଓ ତାଙ୍କ ୭ ବର୍ଷର ପୁଅ ସାହିଲ ସାମାନ୍ଯ ଆହତ ହୋଇଥିଲେ। ଯାହାଫଳରେ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଗଲେ ବାପପୁଅ।ସ୍ଥାନୀୟ ଲୋକ ଙ୍କ ସହଯୋଗରେ କାରଟିକୁ ରାସ୍ତା ପାର୍ଶ୍ଵକୁ ବାହାର କରାଯାଇଥିବା ବେଳେ ଅନ୍ୟ ଏକ କାର ଚାଳକ ବିଜୟ କୁମାର ବେହେରା ଓ ବସନ୍ତ କୁମାର ସେଠୀ ଘଟଣା ଦେଖି ସଙ୍ଗେ ସଙ୍ଗେ ବାପପୁଅଙ୍କୁ ମୋହନା ସ୍ୱାସ୍ଯୁ କେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ। ଉଭୟେ ସୁସ୍ଥ ଥିବା ସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜଣାପଡିଛି।