April 28, 2026

ବିଜୟଚାନ୍ଦ ସଂସ୍କୃତ ମହାବିଦ୍ୟାଳୟ ପରିସରର ରକ୍ତଦାନ ଶିବିର ଅନୁଷ୍ଠିତ..

IMG-20251221-WA0078
Share

ରକ୍ତଦାନ ଏକ ମହତ୍ଵପୂର୍ଣ୍ଣ , ଗୋଟିଏ ଜୀବନ ବଞ୍ଚାଇବାକୁ ହେଲେ ରକ୍ତର କେତେ ଆବଶ୍ୟକ ହୋଇଥାଏ। ଏହି ଭଳି ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ସମାଗୋଳ ସ୍ଥିତ ବିଜୟଚାନ୍ଦ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଦ୍ବାରା ରକ୍ତଦାନ ଶିବିର ଆୟୋଜନ କରଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଜାତୀୟ ସେବା ଯୋଜନାର ତତ୍ତ୍ୱାବଧାରକ ଡକ୍ଟର ହେମନ୍ତ କୁମାର ମୁଦୁଲି ପରିଚାଳନା କରିଥିଲେ। ଏଥିରେ ଜଗତସିଂହପୁର ର ଚିକିତ୍ସକ ଡାକ୍ତର ସ୍ମୃତି ରଂଜନ ମହାପାତ୍ର ସେବା ସହଯୋଗ କରିଥିଲେ। ଏହି ଶିବିରରେ 40 ରୁ ଉର୍ଦ୍ଧ ଗୋଟି ରକ୍ତ ୟୁନିଟ ସଂଗ୍ରହ କରଯାଇଥିଲା ।ଏହି କାର୍ଯ୍ୟକ୍ରରେ ଅନୁଷ୍ଠାନ ର ଅଧ୍ୟକ୍ଷ ପ୍ରତାପ କୁମାର ମହାପାତ୍ର, ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଗଙ୍ଗାଧର ସାମନ୍ତରାୟ, ଅଧ୍ୟାପକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ନାୟକ, ଅଧ୍ୟାପକ ଦାମୋଦର ମାଝୀ,କୁଜଙ୍ଗ ଉପକାରାଗାର ର ଅତିରିକ୍ତ ଜେଲର ଅଶୋକ ପରିଡ଼ା,ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ କରିଥିବା ସମସ୍ତ ରକ୍ତ ଦାତା ଙ୍କୁ ଉତ୍ସାହିତ କରିବା ସହ କୃତଜ୍ଞତା ଜଣାଇଥିଲେ। (ଜଗତସିଂହପୁର ରୁ ପ୍ରଳୟ ମହାପାତ୍ର ପ୍ରୟାସ ନିଉଜ୍)