September 21, 2024
Share


କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଆସନା ପଞ୍ଚାୟତ ସଦର ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ କ୍ରିଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପ୍ରାଧାନ ଶିକ୍ଷୟିତ୍ରୀ ପ୍ରଗତି ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ଚାରିଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ସେଥି ମଧ୍ୟରୁ ଦୁଇଶହରୁ ଉର୍ଦ୍ଧ୍ବ ପ୍ରତିଯୋଗିତା ରେ ଭାଗ ନେଇ ୫୦/ ୧୦୦/୨୦୦ ମିଟର ଦୌଡ଼, ଉଚ୍ଚ ଓ ଲମ୍ବା ଡିଆ, ଅଖାଡିଆ ଭଳି ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିଲେ l ଗତ କାଲି ଉଦ୍ଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ସମିତି ସଭ୍ୟା ଗୌରୀ ହରିଜନ ଯୋଗଦେଇ ଶୁଭ ଉଦ୍ଘାଟନ କରି ଖେଳ ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ଖେଳ ଘୋଷଣା କରିଥିଲେ l ଆଜିର ଉଦଯାପନୀ ଦିବସରେ ସରପଞ୍ଚ ଜୟନ୍ତୀ କୁସପାରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଗତି ଜେନା, ସମିତି ସଭ୍ୟା ଗୌରୀ ହରିଜନ, ଏସ୍ ଏମ୍ ଡି ସି ସଦସ୍ୟ ତଥା ବୁଦ୍ଧିଜୀବି ଓବେଦୂର ରହେମାନ, ଏସ୍ ଏମ୍ ସି ସଭାପତି ଦୁର୍ଯ୍ଯ ହରିଜନ, ପୂର୍ବତନ ସରପଞ୍ଚ ସୁରେଶ ମାଝୀ, ଏସ୍ ଏମ୍ ସି ସଦସ୍ୟ ସୁରେନ୍ଦ୍ର ସଗରିଆ, ଖେଳ ଶିକ୍ଷକ ଗୁଣନିଧି ବଢେଇ ପ୍ରମୂଖ ମଞ୍ଚାସୀନ ଥିଲେ l ୧୨୬ ଜଣ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ମେଡାଲ ଓ ମାନପତ୍ର ପ୍ରଦାନ କରାଯାଇଥିଲା l ବରିଷ୍ଠ ଶିକ୍ଷକ ରବି ନାୟକ ମଞ୍ଚ ପରିଚାଳନା କରିଥିଲେ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଖେଳ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ l
କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା