September 21, 2024

ବିଧାୟକଙ୍କ ଦ୍ବାରା ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶିପ୍ରଦାନ

Share

ରାମନାଗୁଡା ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ସଦରସ୍ତ କଲ୍ୟାଣମଣ୍ଡପ ଠାରେ ବୁଧବାର ଦିନ ରାୟଗଡା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଆନୁକୂଲ୍ୟରେ ବ୍ଲକସ୍ତରୀୟ ନିର୍ମାଣ ଶ୍ରମିକ ଯୋଜନା ଶିବିର ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟଅତିଥି ଭାବେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାମନାଗୁଡା ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ,ବରିଷ୍ଠ ବିଜେଡି ନେତା ଗଗନ ବିହାରୀ ଆଚାର୍ଯ୍ୟ,ଜିଲ୍ଲା ଶ୍ରମ ଅଧିକାରୀ ଯସ୍ମୀନ ସାହୁ, ଜିଲ୍ଲା ଶ୍ରମ ଆୟୁକ୍ତ ପ୍ରସନ୍ନ କୁମାର ପାଣିଗ୍ରାହୀ, ଅତିରିକ୍ତ ଶ୍ରମ ଅଧିକାରୀ ସ୍ୱାତିଲଗ୍ନା ପାତ୍ର,ଅତିରିକ୍ତ ଶ୍ରମ ଅଧିକାରୀ ଗୋପାଳ କୃଷ୍ଣ ମଙ୍ଗରାଜ, ଅତିରିକ୍ତ ଶ୍ରମ ଅଧିକାରୀ ସଞ୍ଜୟ କୁମାର ରଥ , ଯୋଗାଣ ନିରୀକ୍ଷକ ସିପ୍ରା ସାମଲ, ସୁଣ୍ଡିଧାମୁଣି ସମିତି ସଭ୍ୟ କମଳ ଲୋଚନ ମୁଟିକା, ପାରୀକ୍ଷିତି ସମିତି ସଭ୍ୟା ଲାଷ୍ମୀ କାଡ୍ରାକାଙ୍କ ସମେତ ରାମନାଗୁଡା ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟସଭ୍ୟା ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୫୮ଜଣ ନିର୍ମାଣ ଶ୍ରମିକଙ୍କୁ ୨ଲକ୍ଷ ଲେଖାଏଁ ସହାୟତା ରାଶି ଚେକ ମାଧ୍ୟମରେ ପ୍ରଦାନ କରିଥିବା ବେଳେ ୩ଜଣ ନିର୍ମାଣ ଶ୍ରମିକଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ୧ଲକ୍ଷ ଲେଖାଏଁ, ଅନ୍ତେଷ୍ଟିକ୍ରିୟା ସକାଶେ ୧୬୧ ଜଣଙ୍କୁ ୫ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ, ଶିକ୍ଷା ସହାୟତା ନିମନ୍ତେ ୪ଜଣଙ୍କୁ ୭ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ, ବିବାହ କାର୍ଯ୍ୟ ନିମନ୍ତେ ୪୬ ଜଣଙ୍କୁ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ, ପ୍ରସବକାଳୀନ ପାଇଁ ୧୨ ଜଣ ନିର୍ମାଣ ଶ୍ରମିକଙ୍କୁ ୧୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରିବା ସହ ୧ଶହ ଜଣଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ୫ଶହରୁ ଉର୍ଦ୍ଧ୍ବ ନିର୍ମାଣ ଶ୍ରମିକ ଯୋଗ ଦେଇଥିବା ବେଳେ ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଶ୍ରମ ଅଧିକାରୀ ଯସ୍ମୀନ ସାହୁ,ବଳରାମ କୁସୁଲିଆ, ବ୍ଲକର ସମସ୍ତ କର୍ମଚାରୀ ଏଥିରେ ପରିଚାଳନାରେ ସହଯୋଗ କରିଥିଲେ।

(ରିପୋର୍ଟ ସଞ୍ଜିବ କୁମାର ଦାଶ)