March 10, 2026

ବ୍ରହ୍ମପୁର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ତରଫରୁ ଅଭୂଦ୍ୟୟ -୨୦୨୫ ଆୟୋଜିତ

IMG-20251121-WA0066
Share

 

ବ୍ରହ୍ମପୁର(ଅକ୍ଷୟ ଶତପଥୀ)ଗଞ୍ଜାମ ଜିଲ୍ଲାର ଶୈକ୍ଷିକ ପ୍ରାଣ କେନ୍ଦ୍ର ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ର ଅଗ୍ରଣୀ ବିଭାଗ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗରେ ସ୍ୱାଗତ ସମାରୋହ ଉତ୍ସବ ଅଭୂଦ୍ୟୟ-୨୦୨୫ ଆୟୋଜିତ ହୋଇଛି।ବିଭାଗୀୟ ମୂଖ୍ୟ

ଡ.ବନ୍ଦିତା କୁମାରୀ ପଣ୍ଡା ଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ପ୍ରଫେସର ଗଣେଶ ସେଠୀ, ପ୍ରାଧ୍ୟାପକ,ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ତଥା ଛାତ୍ରାବାସ ତତ୍ତ୍ୱାବଧକ,ନିର୍ଦ୍ଦେଶକ, ଛାତ୍ର କଲ୍ୟାଣ ପରିଷଦ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ,ଡ.ଜୟନ୍ତ କୁମାର ପଣ୍ଡା,ସହ ପ୍ରାଧ୍ୟାପକ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ, ସଂଯୋଜକ ଜାତୀୟ ସେବା ଯୋଜନା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ,ଶ୍ରୀ ଅଗ୍ନୀ ବେହେରା ସହକାରୀ ପ୍ରାଧ୍ୟାପକ,ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଡ.ଚିନୁ ବହିଦାର,ସହକାରୀ ପ୍ରାଧ୍ୟାପକ,ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ,ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ

ଡ.ନେହା ପାଣ୍ଡେ,ସହକାରୀ ପ୍ରାଧ୍ୟାପକ,ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ,ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରମୁଖ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ପରିଚୟ କରିଥିଲେ ସୁନନ୍ଦା ସାହୁ ତତ୍ ପରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ସ୍ବସ୍ତି ସୁନ୍ଦର ସିୟ ସ୍ୱାଗତ କବିତା ପଠନ କରିଥିଲେ ଶିଶିର କୁମାର ପ୍ରଧାନ।ପରେ ଅତିଥି ମାନେ ନିଜର ଉଦବୋଧନ ପ୍ରଦାନ କଲେ।ଦ୍ୱିତୀୟ ଅଧିବେଶନ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବିଭାଗର ଦ୍ୱିତୀୟ ବର୍ଷ ଛାତ୍ର ମାନେ ପରିଚାଳନା କରିଥିଲେ।