March 10, 2026
hand
Share

 

ବେଲଗୁଣ୍ଠା -୨୧/୧୧-ବେଲଗୁଣ୍ଠା-ବାଲିପଦରରୋଡ ବିଜୟ ଲକ୍ଷ୍ମୀ ଶରଣପୁର ଛକ ନିକଟରେ ଏକ ବାଇକ୍ ଜଣେ ବୃଦ୍ଧଙ୍କୁ ଧକ୍କା ଦେବା ଫଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।ମିଳିଥିବା ଖବର ଅନୁସାରେ, ଆଜି ସଂଧ୍ୟା ସମୟରେ ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜୁରାଳୀ ଗ୍ରାମର କୃଷ୍ଣ ଡାକୁଆ ଓ ବୁଗୁଡା ଥାନା ଅନ୍ତର୍ଗତ ତାଳସାକର ଗ୍ରାମର ସରୋଜ ଡାକୁଆ ଶଳା-ଜ୍ୱାଇଁ ମିଶିକି ଗୋଟିଏ ହୋଣ୍ଡା ସାଇନ୍ ବାଇକ୍ (ଓଡି-୩୨-ଏଲ୍-୧୪୮୦)ରେ ଗୁଜୁରାଳୀରୁ ତାଳସାକର ଯାଉଥିବା ବେଳେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ବିଜୟ ଲକ୍ଷ୍ମୀ ଶରଣପୁର ଛକ ନିକଟରେ ଜିଲିବା ଗ୍ରାମର ନରସିଂହ ନାଇକଙ୍କୁ ବାଇକ୍ ଟି ଧକ୍କା ଦେଇଥିଲା ।ଫଳରେ ସରୋଜ ଓ କୃଷ୍ଣ ଛିଟିକି ହୋଇ ପଡିଥିଲେ ଏବଂ ନରସିଂହଙ୍କୁ ପଛରେ ଜୋର୍ ରେ ଧକ୍କା ଲାଗି ତଳେ ପଡ଼ିଯାଇଥିଲେ ।ଫଳରେ ରାସ୍ତାରେ ଯାଉଥିବା କିଛି ଲୋକ ଏବଂ ନରସିଂହଙ୍କ ପରିବାର ଲୋକେ ଆହତ ସମସ୍ତଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।ସେଠାରେ କାର୍ଯ୍ୟରତ ଡାକ୍ତର ଅଂଶୁମାନ ଦିକ୍ଷୀତ ନରସିଂହ ଙ୍କୁ ମୃତ ଘୋଷଣା କରିଥିବା ବେଳେ କୃଷ୍ଣ ଙ୍କୁ ଭଞ୍ଜନଗର ଡାକ୍ତରଖାନା ସ୍ଥାନାନ୍ତର କରିଥିବା ଖବର ମିଳିଛି ।ବେଲଗୁଣ୍ଠା ପୋଲିସ ଘଟଣାସ୍ଥଳ ଓ ଡାକ୍ତରଖାନାରେ ପହଞ୍ଚି ଘଟଣା ତଦନ୍ତ କରୁଥିବା ଜଣାପଡିଛି ।ମୃତ ନରସିଂହ ବେଲଗୁଣ୍ଠା ଜଣେ ହରିଜନ ବର୍ଗର ଓ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ବେଲଗୁଣ୍ଠା ବଜାରରେ ଦୈନିକ ପୋଖରୀରୁ ଫୁଲ -ପଦ୍ମ ନାଡ଼ ସଂଗ୍ରହ କରି ପେଟ ପୋଷୁ ଥିବା ବେଳେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଅଞ୍ଚଳ ବାସୀଙ୍କ ସମେତ ପରିବାର ବର୍ଗ ଦାବି କରିଛନ୍ତି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବା ନେଇ ପୋଲିସ ପ୍ରକାଶ କରିଛି । ପ୍ରକାଶ ଥାଉ କି, ଦୁର୍ଘଟଣା ଖବର ଶୁଣି ଖବର ଅନୁସନ୍ଧାନ କରିବାକୁ ଯାଇଥିବା ଏବଂ ସେଠାରେ ଭିଡିଓ ଉତ୍ତୋଳନ କରିବା ବେଳେ କାର୍ଯ୍ୟରତ ଡାକ୍ତର ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା ।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ