March 10, 2026

ମାତ୍ରୁପୁରୀର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ:

IMG-20251121-WA0059
Share

 

 

ସୁରେନ୍ଦ୍ର କଠାର,ବରଗଡ

 

ଲାଦରପାଲି ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ‘ବାର୍ଷିକ କ୍ରୀଡା ପ୍ରତିଭା ଅନ୍ୱେଷଣ ‘ଅନୁଷ୍ଠିତ ହୋଇଯାଇଅଛିl ଅତାବିରା ସ୍କୁଲ ସ୍ପୋର୍ଟସ ଆସୋସିଏସନ୍ ର ସମ୍ପାଦକ ଶ୍ରୀଯୁକ୍ତ ସୁଦୀପ୍ତ କୁମାର ସାହୁ ଏହାକୁ ଉଦ୍ଘାଟନ କରିଥିଲେ l ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଖେଳ ସମ୍ପର୍କୀୟ ବିଭିନ୍ନ ତଥ୍ଯ ଆଲୋଚନା ସହ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଅଧ୍ୟକ୍ଷ ଶ୍ରୀ ବବୃବାହନ ମିଶ୍ରଙ୍କ ପରିଚାଳନା ରେ ଲାଦରପାଲି ହନୁମାନ ମନ୍ଦିର ରୁ ଏକ ଭବ୍ୟ ମଶାଲ ଶୋଭାଯାତ୍ରା ହୋଇଥିଲା ।କ୍ରୀଡା ଉତ୍ସବରେ ୯୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନେ ବିଭିନ୍ନ ବର୍ଗରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିଲେ।କ୍ରୀଡା ବିଭାଗ ମୁଖ୍ୟ ଶ୍ରୀ ଗଜିନ୍ଦ୍ର ବାଗ ଙ୍କ ନେତୃତ୍ୱରେ ଶିକ୍ଷାକେନ୍ଦ୍ର ର ହରିବୋଲ ଅଦାବର୍,ସରୋଜ ରଥ, ଯତୀନ୍ଦ୍ର ପ୍ରଧାନ,ନିରଞ୍ଜନ ପଶାୟେତ, ସୁନୀଲ ଖମାରୀ,ରତନ ଦୀପ,ଆଲୋକ ପଧାନ, ସୁଦୀପ,ଯୁଗଳ,ମିନତୀ,ଜୟଶ୍ରୀ , ଲୋପାମୁଦ୍ରା ପ୍ରଧାନ ,ଗିରିଜା ସାହୁ ସୁମି,ଅମ୍ରିତା,ଧର୍ମ,ମାନସ ,ହେମାନନ୍ଦ ,ଝସକେତନ,ମିଲନିକା ନନ୍ଦ,ସରିତା ପ୍ରଧାନ, ତଥା ପରିଚାଳନା କମିଟି ପକ୍ଷରୁ ସଭାପତି ଶ୍ରୀ ଶେଷଦେବ ନାୟକ ,ଉପ ସଭାପତି ଶ୍ରୀ ଅରୁଣ କୁମାର ହୋତା,ସହ ସମ୍ପାଦକ ଶ୍ରୀ ଶରତ କୁମାର ପ୍ରଧାନ ତଥା ଅନୁଷ୍ଠାନ ର ସମସ୍ତ ଭାଇ ଅପା ସକ୍ରିୟ ସହଯୋଗ କରିଥିଲେ।