March 12, 2026

ଗୁମ୍ମା ବ୍ଲକ ପରିସର ସୁନ୍ଦରତା ନଷ୍ଟ କଲା ପ୍ରଶାସନ 

IMG-20251121-WA0043
Share

 

ଗୁମ୍ମା – ଦିନ ଥିଲା କଥାଟିଏ ଥିଲା ସ୍ୱାକ୍ଷରେ ପ୍ରଗତି ସବୁଜ ଗଜପତି। ଗଜପତି ଜିଲ୍ଲା ବିଶେଷ କରି ଗୁମ୍ମା ବ୍ଲକର ସବୁଜତା କୁ ଗର୍ବ କରୁଥିଲେ ଅଞ୍ଚଳବାସୀ। କିନ୍ତୁ ଗୁମ୍ମା ବ୍ଲକର ପରିସର ମଧ୍ୟରେ ଦେଖିବାକୁ ମିଳିଛି ଓଲଟା ଦୃଶ୍ୟ। ଗୁମ୍ମା ବ୍ଲକର ସବୁଜତା କୁ ନଷ୍ଟ କରୁଛି ପ୍ରଶାସନ। ଉନ୍ନୟନ ମୂଳକ କାମ ବାହାନାରେ ଅଶୋକ ସ୍ତମ୍ଭ ଓ ଅଶୋକ ଚକ୍ର ଭାଙ୍ଗିବା ପରେ ବି ମନ ବୁଝୁନି ବ୍ଲକ୍ ପ୍ରଶାସନର। ବନ ବିଭାଗ ର ବିନା ଅନୁମତିରେ ବହୁ ମୂଲ୍ୟବାନ ଗଛ କାଟି ବିନା ଟେଣ୍ଡର ରେ କିପରି ବିକ୍ରି କରାଗଲା ବା ଗଛ ଗୁଡ଼ିକ କାଟି କାହାକୁ ଦିଆଗଲା ତାହା ଚର୍ଚ୍ଚାର ବିଷୟ। ଏନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କରି ମତାମତ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଫୋନ୍ କଲ୍ ଉଠାଇନାହାନ୍ତି। ସୁନ୍ଦର ଗଛ ଗୁଡ଼ିକ କାଟି ଦେବା ଲୋକଙ୍କ ମନକୁ କଷ୍ଟ ଦେଉଥିବା ଅଜୟ ଜେନା, ସୁସ୍ଥିର ଷଡଙ୍ଗୀ ଓ ବୋୟାଜ ବେବର୍ତ୍ତା ପ୍ରମୁଖ କହିଛନ୍ତି।