ମୋରଡା ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ମେଳାରେ ଯୋଗ ଦେଲେ ସାଂସଦ …
ମୟୂରଭଞ୍ଜ ଜିଲ୍ଲା ମୋରଡା ସ୍ଥିତ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି l ପ୍ରଥମ ପର୍ଯ୍ୟାୟ ତଥା ଉଦଘାଟନୀ ଉତ୍ସବ କାର୍ଯ୍ୟକ୍ରମରେ ମୋରଡା ବିଇଓ ବିଜୟ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥିଭାବେ ରାଜ୍ୟସଭା ମମତା ମହାନ୍ତ,ସାଙ୍ଗଠନିକ ସମ୍ପାଦକ ସୁଧାଂଶୁ ଶେଖର ସେଠୀ, ସ୍ୱତନ୍ତ୍ର ଅତିଥି ଭାବେ ଉଚ୍ଚ ଶିକ୍ଷା ବିଭାଗର ଡେପୁଟି ଡ଼ାଇରେକ୍ଟର ଉତ୍ତର ଓଡିଶା ଜୋନର ରାଜେଶ କୁମାର ପ୍ରଧାନ,ମୁଖ୍ୟ ବକ୍ତା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଗୌତମ କୁମାର ପାତ୍ର, ବିଇଓ ବିଜୟ କୁମାର ସେଠୀ , ମୋରଡା ସରପଞ୍ଚ ରବି ସିଂ,ସୂର୍ଯ୍ୟକାନ୍ତ ସେଠୀ,ଏବିଇଓ ପୃଥୁନାଥ ବାସ୍କେ , ସିଆରସିସି ଅନିତା ବେହେରା ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ l ଅତିଥିଗଣ ପ୍ରଥମେ ଠାକୁରଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ସରକାରଙ୍କ ସହାୟତା ରେ ଭବ୍ୟ ଆୟୋଜନ ହୋଇ ପାରିନାହିଁ ସମସ୍ତଙ୍କ ସମ୍ପୃତ୍କ୍ତି ରେ ହିଁ ଭବ୍ୟ ଆୟୋଜନ ସମ୍ଭବ ମୁଖ୍ୟ ବକ୍ତା କହିଛନ୍ତି । ସେହିପରି ରାଜ୍ୟସଭା ସାଂସଦ ମମତା ମହାନ୍ତ କହିଛନ୍ତି ବିଞାନ କୁ ନେଇ ଆଜି ର ଛାତ୍ର ଛାତ୍ରୀ ମାନେ ସମାଜ କୁ ବହୁ ଆଗକୁ ନେଇପାରିବେ । ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ହରେନ୍ଦ୍ର ମହାନ୍ତ।
