November 22, 2024

ହୀରାକୁଦ ପୋଲିସ ଦ୍ବାରା ବିପୁଳ ପରିମାଣର ନିଶା କଫ ସିରଫ ଜବତ ୧୨ ଗିରଫ..

Share

ସମ୍ବଲପୁରରେ ଚାଲିଛି ନିଶା କାରବାରର ଏକ ବଡ଼ ରାକେଟ। ଗଞ୍ଜାଇ, ଚରସ, ଦେଶୀ ବିଦେଶୀ ମଦ ଠାରୁ ବଳି ପଡୁଛି ନିଶା ଯୁକ୍ତ କଫ ସିରଫ କାରବାର।ସମ୍ବଲପୁର ହୀରାକୁଦ ପୋଲିସ ଦ୍ୱାରା ୨୪୦୦ ନିଶା କଫ ସିରଫ ଜବତ ହୋଇଥିବା ବେଳେ ଏହି ଘଟଣାରେ ୧୨ ଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ସମ୍ବଲପୁର ରେ କଫ ସିରଫ ଚାଲାଣ ହେବା ନେଇ ଆଜି ହୀରାକୁଦ ପୋଲିସ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା l ହୀରାକୁଦ ଭଙ୍ଗାମୁଣ୍ଡା ସ୍ଥିତ ତିୱାରୀ ଢ଼ାବା ରେ ହୀରାକୁଦ ପୋଲିସ ଅତର୍କିତ ଚଢ଼ାଉ କରିଥିଲା l ଏହି ଚଢ଼ାଉ ସମୟରେ ୨୪୦୦ ସହ ନିଶା କଫ ସିରଫ ଜବତ କରିବା ସହ ଦୁଇଟି ବୋଲେରୋ ପିକଅପ ସହ ଏକ ସ୍କୁଟି ଜବତ କରିଥିଲା l ଏହି ମାମଲାରେ ୧୨ ଜଣଙ୍କୁ ପୋଲିସ ଗିରଫ କରିଛି l ଏହି ନିଶା କଫ ସିରଫ କଲିକତା ରୁ ଭୁବନେଶ୍ୱର ଦେଇ ସମ୍ବଲପୁର ଆସିଥିଲା l ପୁଣି ସମ୍ବଲପୁର ରୁ ଏହା ବରଗଡ଼ କୁ ଯାଇଥାନ୍ତା l ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଅଧିକାଂଶ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ପୂର୍ବରୁ ମାମଲା ରହିଛି l ଜବତ କିଫସିରଫର ଆନୁମାନିକ ମୂଲ୍ୟ ପ୍ରାୟ ୮ଲକ୍ଷ ହେବ ବୋଲି ସମ୍ବଲପୁର ଏସପି ମୁକେଶ ଭାମୁ ସୂଚନା ଦେଇଛନ୍ତି l ଏହା ପୂର୍ବରୁ ଗତ ୧୭ ତାରିଖ ସମ୍ବଲପୁର ସଦର ପୋଲିସ ଦ୍ୱାରା ୨୨୭୨ ଟି ନିଶା କଫ ସିରଫ ଜବତ ହେବା ସହ ୨୦ଜଣଙ୍କୁ ଗିରଫ କରାଯାଇ ଜେଲ ହାଜତକୁ ପଠାଯାଇଥିଲା। ଏନେଇ ଆଜି ଉତ୍ତରଞ୍ଚଳ ଆଇଜି କହିଛନ୍ତି କୋରେକ୍ସ ଓ ଡ୍ରଗ୍ସ କୁ ନେଇ ସମ୍ବଲପୁର ପୋଲିସ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି l ନିଶା କୁ ସମ୍ବଲପୁର ରୁ କିପରି ସବୁଦିନ ପାଇଁ କେମିତି ସମାପ୍ତ କରିହେବ ସେଥିପାଇଁ ସମ୍ବଲପୁର ଏସପି ଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରାଯାଇଛି l ବିଭିନ୍ନ ବର୍ଗ ର ଲୋକଙ୍କୁ ନେଇ କମିଟି ଗଠନ କରାଯିବ l ସମସ୍ତେ ମିଳିମିଶି ଏହି ନିଶା କାରବାର କୁ ସମ୍ପୂର୍ଣ ବନ୍ଦ କରାଯିବ।

 

ସମ୍ବଲପୁରରୁ ରାଜାରାମ ଷଡ଼ଙ୍ଗୀଙ୍କ ରିପୋର୍ଟ ଉପାନ୍ତ ଖବର