October 5, 2024
Share

*ଖବର ଆଜିର*


୨୧/୧୧/୨୩, ମଙ୍ଗଳବାର

 

୧-ସରୁଛି ନଭେମ୍ବର, କଡ଼ ଲେଉଟାଉଛି ଶୀତ; ଜାମ୍ମୁ-କାଶ୍ମୀରରେ ଶୂନରୁ ତଳକୁ ଖସିଲା ପାରା। ଦିଲ୍ଲୀ, ୟୁପି ଓ ଓଡ଼ିଶାରେ ରାତିରେ ସାମାନ୍ୟ ଶୀତ

୨-ଆଜିଠୁ ବିଧାନସଭା ଶୀତକାଳୀନ ଅଧିବେଶନ, ଡିସେମ୍ବର ୩୦ ଯାଏ ଚାଲିବ।

୩-ଜନ୍ମମାଟିରେ ମହାମହିମ । ରାଷ୍ଟ୍ରପତିଙ୍କ ଝଲକ ପାଇବା ପାଇଁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ, ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ବାର୍ଷିକ ଉତ୍ସବରେ ହେଲେ ସାମିଲ୍।

୪-ଭୁବନେଶ୍ୱର:ବସ୍ତିବାସିନ୍ଦାଙ୍କୁ ମିଳିଲା ନୂଆ ଠିକଣା, ସୁଲଭ ବାସଗୃହ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।

୫-ପୁରୀ:ମହାପ୍ରଭୁଙ୍କ ଦର୍ଶନ ଲାଗି ପ୍ରବଳ ଭିଡ଼, ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଛିଡ଼ା ହୋଇ ଶ୍ରଦ୍ଧାଳୁ ଅଚେତ୍‌।

୬-ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପରାମର୍ଶ; ବୃଦ୍ଧ ବୃଦ୍ଧା,ଦିବ୍ଯାଙ୍ଗ ଭିଡକୁ ଆସନ୍ତୁ ନାହିଁ।

୭- ଜି ଉଦୟଗିରି: ୧୧ ଡିଗ୍ରୀକୁ ଖସିଲା ଜି ଉଦୟଗିରି ପାରଦ ।

୮-ଭୁବନେଶ୍ୱର:ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ମାସ୍ ହୋଲଡିଂସ୍ ଆଗ୍ରହୀ। ସୃଷ୍ଟି ହେବ ୫ ହଜାର ନିଯୁକ୍ତି ସୁଯୋଗ।

୯-ପିପିଲି: ଆଜି ଅଁଳା ନବମୀ, ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ମା’ରାଧାରାଣୀ।

୧୦-ଭୁବନେଶ୍ୱର:ଚାଷୀଙ୍କ ପାଇଁ ବଡ଼ ଖବର,ରାଜ୍ୟରେ ୨ ଦିନ ବର୍ଷା ସମ୍ଭାବନା।

୧୧-ଉମରକୋଟ: ପୁରୁଷ ବନ୍ଧୁର ଛୁରାମାଡ଼ରେ ଯୁବତୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି।

୧୨-ଭୁବନେଶ୍ୱର:ଉପବାଚସ୍ପତି ପଦ ଲାଗି ସାଲୁଗା ପ୍ରଧାନଙ୍କ ନାମାଙ୍କନ ଦାଖଲ।

୧୩-ଭଦ୍ରକ: ୫୦ରୁ ଅଧିକ ଚୋର ଅଟକ, କାଳୀପୂଜା ଭିଡ଼ ଭିତରେ କରୁଥିଲେ ମୋବାଇଲ୍ ଲୁଟ୍।

୧୪-ଯାଜପୁର ଟାଉନ:ନିର୍ମାଣାଧୀନ ପାଣି ଟାଙ୍କିରୁ କଙ୍କାଳ ଉଦ୍ଧାର, ସ୍ଥାନୀୟ ଲୋକଙ୍କ ମଧ୍ୟରେ ନାନା ଚର୍ଚ୍ଚା।

୧୫-ଭୁବନେଶ୍ବର: ଭରତପୁରରେ ବିଲଡର ଅଫିସରେ ପଶି ପତ୍ନୀ ମଧୁସ୍ମିତାଙ୍କୁ ମରଣାନ୍ତକ ଆକ୍ରମଣ କଲା ସ୍ବାମୀ, ଅବସ୍ଥା ଗୁରୁତର

୧୬-ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ, ଆୟୋଜନ ହେବ ସ୍ଵତନ୍ତ୍ର ଉତ୍ସବ।

୧୭-ଭୁବନେଶ୍ବର ମେଟ୍ରୋ ଟ୍ରେନ୍ ପାଇଁ MOU ସ୍ବାକ୍ଷରିତ, ୪ ବର୍ଷରେ ପ୍ରକଳ୍ପ କାମ ସରିବା ଲକ୍ଷ୍ୟ।

୧୮-ସମ୍ବଲପୁର:ସମ୍ବଲପୁର-ବନାରସ-ସମ୍ବଲପୁର ଦ୍ୱି-ସାପ୍ତାହିକ ଏକ୍ସପ୍ରେସ ବିଶାଖାପାଟନମ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ।

୧୯-ନୂଆ ଦିଲ୍ଲୀ:ଭାରତମାଳା ପରିଯୋଜନାରେ ପ୍ରକଳ୍ପ ଖର୍ଚ୍ଚ ଦୁଇଗୁଣା ବୃଦ୍ଧି।

୨୦-ବିଶାଖାପାଟଣା:ବନ୍ଦରରେ ନିଆଁ ; ୩୦ରୁ ଅଧିକ ବୋଟ୍‌‌ ପୋଡି ପାଉଁଶ।

୨୧-ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ, ସୂର୍ଯ୍ୟକୁମାର ଅଧିନାୟକ, ପୁଣି ନିରାଶ ସଞ୍ଜୁ ସାମସନ।

୨୨-ନୂଆ ଦିଲ୍ଲୀ:ଆମ୍‌ୱେ​‌ ଇଣ୍ଡିଆ ବିରୋଧରେ ଇଡି ଚାର୍ଜ ସିଟ୍‌, ୪ ହଜାର କୋଟି ଠକେଇ ନେଇ ମାମଲା

୨୩-ପାରଳାଖେମୁଣ୍ଡି ଉପକଣ୍ଠରେ ବାଘ, ଲୋକଙ୍କୁ ସଚେତନ କଲା ବନବିଭାଗ

୨୪-ବରଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବକଙ୍କ ଆତ୍ମହତ୍ୟା

୨୫-ଅଁଳା ନବମୀ ପାଇଁ ସାକ୍ଷୀଗୋପାଳରେ ସୁରକ୍ଷା କଡାକଡି , ୨୦ ପ୍ଲାଟୁନ ଫୋର୍ସ ମୃତୟନ

୨୬-ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଲା ଜାମିନ

୨୭-ଜାନୁଆରୀ ୧୭ ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେବ ଲୋକାର୍ପଣ

୨୮-ତେଲେଙ୍ଗାନା: ମୋଇନାବାଦରେ ଭୁଶୁଡ଼ିଲା ନିର୍ମାଣାଧିନ ଷ୍ଟାଡିୟମର କାନ୍ଥ , ୩ ମୃତ ୧୦ ଆହତ; ଉଦ୍ଧାର କାର୍ଯ୍ୟ ଜାରି

 

ଆଜି ବିଶ୍ବ ଟେଲିଭିଜନ ଦିବସ

*ସୁପ୍ରଭାତ*