ଖୋର୍ଦ୍ଧାରେ ୬୬ତମ ପୁଲିସ ସ୍ମୃତି ଦିବସ ପାଳିତ

ଖୋର୍ଦ୍ଧା- (ପ୍ରିୟଙ୍କା ମହାପାତ୍ର)- ଖୋର୍ଦ୍ଧା ଜିଲ୍ଲା ରିଜର୍ଭ ପୁଲିସ ଲାଇନଠାରେ ୬୬ତମ ପୁଲିସ ସ୍କୃତି ଦିବସ ପାଳିତ କରାଯାଇଅଛି । ଏହି ଅବସରରେ ଦେଶ ସୁରକ୍ଷା ଓ ଲୋକଶାନ୍ତି ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ପୁଲିସ ବିଭାଗର ବୀର ଶହୀଦ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଗଲା ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, IPS ମହାଶୟଙ୍କ ଅଧ୍ୟକ୍ଷତାରେ ପୁଲିସ କର୍ମଚାରୀମାନେ ଶହୀଦମାନଙ୍କ ପ୍ରତିମାରେ ପୁଷ୍ପାଞ୍ଜଳି ଅର୍ପଣ କଲେ । ଶହୀଦମାନଙ୍କ ସାହସ, ଦେଶସେବା ଓ ତ୍ୟାଗ ସ୍ମରଣରେ ଦୁଇ ମିନିଟ୍ ନିରବତା ପାଳନ କରାଗଲା ।ଏହି ଅବସରରେ ଏସ୍ପି ଶ୍ରୀ ଶର୍ମା ମହାଶୟ ପୁଲିସ ବିଭାଗର ସେହି ସାହସିକ ଓ ନିଷ୍ଠାପୂର୍ଣ୍ଣ ସେବାର ପ୍ରଶଂସା କରି କହିଲେ ଯେ, ସମାଜରେ ଶାନ୍ତି, ଶୃଙ୍ଖଳା ଓ ଆଇନର ପାଳନ ପାଇଁ ପୁଲିସ ସଦା ସମର୍ପିତ ଅଛନ୍ତି । ସେ ସମସ୍ତଙ୍କୁ ଶହୀଦମାନଙ୍କ ଆଦର୍ଶ ଓ ଦେଶସେବାର ମନୋଭାବକୁ ଅନୁସରଣ କରି କାମ କରିବାକୁ ଆହ୍ବାନ କଲେ ।ଅନୁଷ୍ଠାନ ଶେଷରେ ସମସ୍ତ ପୁଲିସ କର୍ମଚାରୀ ସମାଜ ସେବା, ନିଷ୍ଠା ଓ ଇମାନଦାରୀ ସହ ଦେଶ ସେବା ଜାରି ରଖିବା ପାଇଁ ଶପଥ ଗ୍ରହଣ କଲେ ।
