ବୁଗୁଡ଼ାରେ ଦୂର୍ଗାପୂଜା ଓ କାଳୀପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ
ବୁଗୁଡ଼ା : ତା ୨୧/୦୯/୨୫ : ସ୍ଥାନୀୟ ବ୍ଯବସାୟୀ ସଂଘ ପକ୍ଷରୁ ଆଗାମୀ ଦୁର୍ଗା ପୂଜା ଓ କାଳୀ ପୂଜା ଉପଲକ୍ଷେ ମଦନ ମୋହନ ଛକସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପଠାରେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମରେ ପୁରୋହିତ ଭାବେ ସଂଗ୍ରାମ ନନ୍ଦ ଯୋଗ ଦେଇ ଯଥା ରୀତିନୀତି ପ୍ରକାରେ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ କର୍ତ୍ତା ଭାବେ ଶେଷଦେବ ପାତ୍ର ଦାୟିତ୍ବ ନିର୍ବାହ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନୋରଞ୍ଜନ ଦାଶ, କେଦାର ନାଥ ମହାରଣା, କୃଷ୍ଣଚନ୍ଦ୍ର ମହାପାତ୍ର ,ବାପି ସାହୁ, ଲିଟୁ ସାହୁ, ଟୁନା ରେଡି, ବାପ ସାହୁ, କେଦାର ସାହୁ, ଶଙ୍କର ସାହୁ, ଦୁର୍ଗା ମାଧବ ସାହୁଙ୍କ ସମେତ ସଂଘର ଅନ୍ୟାନ୍ୟ ସଦସ୍ୟବୃନ୍ଦ ଉପସ୍ଥିତ ରହିଥିଲେ।
