September 29, 2024
Share

 

ତାରିଖ ୨୧/୦୯/୨୦୨୩ ଗୁରୁବାର ।

 

ଆସନ୍ତାବର୍ଷ ଗଣତନ୍ତ୍ର ଦିବସ ଉତ୍ସବରେ ଭାରତର ଅତିଥି ହେବ ଆମେରିକା। ୨୦୨୪ ଗଣତନ୍ତ୍ର ଦିବସରେ ଯୋଗ ଦେବାକୁ ଭାରତ ଆମେରିକାକୁ ନିମନ୍ତ୍ରଣ କରିଥିବା ସୂଚନା ମିଳିଛି। ଏନେଇ ଆମେରିକା ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି।

 

ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି । ନୂଆଁଖାଇ ଅବସରରେ ଚାଷୀଙ୍କୁ ରାଜ୍ୟ ସରକାର ‘କାଳିଆ’ ଭେଟି ପ୍ରଦାନ କରିଛନ୍ତି । ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା ।

 

ବଳପୂର୍ବକ ଚାନ୍ଦା ଆଦାୟ ଅଭିଯୋଗରେ ୨ ଗିରଫ । ୨ ଅଭିଯୁକ୍ତ ଯୁବକଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୁଲିସ ।ଏମ୍ସ ହସ୍ପିଟାଲ ନିକଟ ଅଞ୍ଚଳରୁ ଗିରଫ କଲା ପୁଲିସ ।

 

ପ୍ରାଥମିକ ଶିକ୍ଷକ ସଂଘକୁ ଆଲୋଚନା ପାଇଁ ସିଏମଓରୁ ଡାକରା । ଆସନ୍ତା ୨୩ ତାରିଖ ସନ୍ଧ୍ୟା ୫ଟାରେ ଆଲୋଚନା ପାଇଁ ଡକରା ।

 

୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷିବ.. ୧୨ ଜିଲ୍ଲାକୁ ଅରେଞ୍ଜ । ୧୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ।

 

ଭାରତ-କାନାଡା କୂଟନୈତିକ ବିବାଦ: କାନାଡାରେ ରହୁଥିବା ଭାରତୀୟଙ୍କୁ ସତର୍କ କରାଇଲା ବୈଦେଶିକ ମନ୍ତ୍ରାଳୟ ।

 

ଆକାଶା ଏୟାରଲାଇନ୍‌ ବନ୍ଦ ନିଷ୍ପତ୍ତି ଗୁଜବ; ସ୍ପଷ୍ଟ କଲେ ସିଇଓ ।

 

ମହିଳା ସଂରକ୍ଷଣ ବିଲ୍‌ ଲୋକସଭାରେ ପାରିତ ହୋଇଛି। ବୁଧବାର ଭୋଟିଂ ମଧ୍ୟମରେ ଏହି ବିଲକୁ ପାସ କରାଯାଇଛି। ଲୋକସଭାର ୪୫୪ ଜଣ ସାଂସଦ ବିଲକୁ ସମର୍ଥନ କରିଥିବାବେଳେ ୨ ଜଣ ଏହାର ବିରୋଧରେ ଭୋଟ ଦେଇଥିଲେ। ।

 

ବିଞ୍ଝାରପୁର ବିଧାୟିକା ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ବିଜେଡି ଘୋଷଣା କରିଛି |

 

ବାଚସ୍ପତି ପ୍ରାର୍ଥୀ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ପ୍ରମିଳା । କହିଲେ, ନିରପେକ୍ଷ ଭାବେ ସମସ୍ତଙ୍କୁ ନେଇ ଆଗକୁ ବଢିବି । ।

 

ଆହୁରି ତେଜିବ ଶିକ୍ଷକ ଆନ୍ଦୋଳନ । ୨୬ରେ ମହାସମାବେଶ ପାଇଁ ପ୍ରସ୍ତୁତି ।

 

ସମ୍ବାଦ ଗ୍ରୁପ ଉପରେ ଅର୍ଥନୈତିକ ଅପରାଧ ଶାଖାର ଚଢାଉ ପରେ ସୌମ୍ୟାଙ୍କ ସମର୍ଥନରେ ଜନତା, ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସଂଗଠନ ଜଣାଉଛନ୍ତି ସମର୍ଥନ ।

 

ପୃଥିବୀ କକ୍ଷପଥ ଛାଡି ଲାଗରେଞ୍ଜ ପଏଣ୍ଟ ଅଭିମୁଖେ ଆଦିତ୍ୟ L1, ଇସ୍ରୋକୁ ସୌର ଝଡ ଚିନ୍ତା ।

 

 

ନାରୀଶକ୍ତି ବନ୍ଦନ ଅଧିନିୟମ ଉପରେ ଲୋକସଭାରେ ବିର୍ତକ: ଆଲୋଚନାରେ ସାମିଲ ହୋଇ ସୋନିଆ ଗାନ୍ଧୀ କହିଲେ, ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରୁଛି କଂଗ୍ରେସ ।

 

ଏମ୍‌ସରେ ବଢୁଛି ଗୁରୁତର ଡେଙ୍ଗୁରୋଗୀଙ୍କ ସଂଖ୍ୟା: ଲିଭର, କିଡନି, ଲଙ୍ଗ୍ସକୁ ପ୍ରଭାବିତ କରୁଛି ।

 

ସେନ୍‌ସେକ୍ସ ୭୯୬ ପଏଣ୍ଟ ଖସିଲା: ନିବେଶକ ହରାଇଲେ ୨.୩୮ ଲକ୍ଷ କୋଟି।

 

ଶିଶୁଙ୍କ ଟିକଟରୁ ରେଳବାଇର ୨୮୦୦ କୋଟି ଆୟ: ୭ ବର୍ଷରେ ୧୦ କୋଟି ଶିଶୁ ଟିକଟର ପୂରା ଦାମ୍ ଦେଇଥିଲେ ।

 

ଏସୀୟ କ୍ରୀଡ଼ା ଉଦ୍‌ଘାଟନୀ ସମାରୋହ : ଧ୍ବଜା ବାହକ ହରମନପ୍ରୀତ ସିଂହ, ଲଭଲିନା ।

 

ଆଗାମୀ ଦିନରେ ରାଜ୍ୟର ୧୦୦ ନଦୀବନ୍ଧ ମରାମତି କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତବନ୍ଧୁ ମହାନ୍ତି ସୂଚନା ଦେଇଛନ୍ତି ।

 

ବାଇଜୁର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ପଦରୁ ଇସ୍ତଫା ଦେଇଛନ୍ତି ମୃଣାଳ ମୋହିତ । ମୋହିତଙ୍କ ସ୍ଥାନରେ କମ୍ପାନି ଅର୍ଜୁନ ମୋହନଙ୍କୁ ସିଇଓ ଭାବରେ ନିଯୁକ୍ତ କରିଛି ।

ସୁପ୍ରଭାତ ,ଶୁଭ ସକାଳ ।