ପଞ୍ଚାୟତ ମହାବିଦ୍ୟାଳୟରେ ସାନିଟାରୀ ନାପକିନ ବଣ୍ଟନ କାର୍ଯ୍ୟକ୍ରମ

ବରଗଡ,ସୁରେନ୍ଦ୍ର କଠାର
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ
ସୌଜନ୍ୟରୁ ଆଜି ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟରେ ଅଧ୍ଯକ୍ଷ ଡ. ନକୁଳ ସେଠ୍ ଙ୍କ ପୌରୋହିତ୍ୟରେ
ଛାତ୍ରୀମାନଙ୍କ ଶାରୀରିକ ଓ ମାନସିକ ଉନ୍ନତି ପାଇଁ ‘ଖୁସି “ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଇଂରାଜୀ
ବିଭାଗର ବରିଷ୍ଠ ସହକାରୀ ପ୍ରଫେସର ରାଜଶ୍ରୀ ଭଞ୍ଜଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
ଶତାଧୀକ ଛାତ୍ରୀଙ୍କୁ ସାନିଟାରୀ ନାପକିନ୍ ବଣ୍ଟନ କରାଯାଇଥୁଲା | ପ୍ରଫେସର ଭଞ୍ଜ ଏହି କାର୍ଯ୍ୟକ୍ରମର
ମହତ୍ତ୍ବ, ଗୁରୁତ୍ଵ ଓ ଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇବା ସହ ସୁନ୍ଦର ସ୍ବାସ୍ଥ୍ୟ ପ୍ରତି ଯଶୀଳ | ହେବାକୁ
ପରାମର୍ଶ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଦାର୍ଥ ବିଜ୍ଞାନ ଅଧ୍ୟାପିକା ପଙ୍କଜିନୀ ରାୟ,
ଓଡ଼ିଆ ଅଧ୍ୟାପିକା ଛନ୍ଦାରାଣୀ ବେସନ ଓ ଅଧ୍ୟାପକ ଶାନ୍ତୁନୁ ସୁନା ସହଯୋଗ କରିଥିଲେ |
