March 11, 2026

ମତ୍ସ୍ୟ ଚାଷୀଙ୍କୁ ମାଛ ଯାଆଁଳା  ଓ ମାଛ ଖାଦ୍ୟ ବଣ୍ଟନ

IMG-20250821-WA0114
Share

 

ଛତ୍ରପୁର ତା ୨୧/୮/୨୫(ଅରୁଣ କୁମାର ପଣ୍ଡା) ଛତ୍ରପୁର  ସ୍ଥିତ କୃଷି  ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଆତ୍ମା ତରଫରୁ ପାଞ୍ଚ ଜଣ ମତ୍ସ୍ୟ ଚାଷୀଙ୍କୁ ମାଛ ଯାଆଁଳା ଓ ମାଛ ଖାଦ୍ୟ ବଣ୍ଟନ କରାଯାଇଛି, ଆଗ୍ରହୀ ମାଛ ଚାଷୀଙ୍କୁ ଚୟନ କରି ସେମାନଙ୍କ ନିଜସ୍ୱ ପୋଖରୀରେ ମାଛ ଚାଷ ପ୍ରଦର୍ଶନ କ୍ଷେତ୍ର ପ୍ରସ୍ତୁତ କରିବା ଏହାର ଲକ୍ଷ୍ୟ..ମାଛ ଯାଆଁଳା ବଂଣ୍ଟନ ବେଳେ ଗୋଷ୍ଠୀ କୃଷି ଅଧିକାରୀ  ଚୌଧୁରୀ ସନମାର୍ଗ କର, ସହକାରୀ ମତ୍ସ୍ୟ ଅଧିକାରୀ  ମନୋରଞ୍ଜନ ନାୟକ, ସହକାରୀ ଉଦ୍ୟାନ ଅଧିକାରୀ  ସନ୍ଦୀପ କୁମାର ବଢ଼େଇ, ଗୋଷ୍ଠୀ ବୈଷୟିକ ପରିଚାଳିକା  ସ୍ମୃତି ସ୍ମରଣିକା ସାହୁ, କୃଷି ଅଧୀଦର୍ଶକ  ଦୁର୍ଗା ପ୍ରସାଦ ପ୍ରଧାନ, ସହକାରୀ ବୈଷୟିକ ପରିଚାଳକ  ଗୋପୀନାଥ ଦାଶ ଓ ସୋନାଲି ପ୍ରିୟଦର୍ଶିନୀ ମହାନ୍ତି  ପ୍ରମୁଖ  ଉପସ୍ଥିତ ଥିଲେ