ରାସ୍ତା ଉପରେ ଜଳିଗଲା ଆମ ବସ..

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର) ଖୋର୍ଦ୍ଧାରେ ଆମ ବସ ରେ ଲାଗିଲା ନିଆଁ। କିଛି ସମୟ ମଧ ରେ ବସ ଟି ହୁତୁ ହୁତୁ ହୋଇ ଜଳିଗଲା। ଘଟଣା ଘଟିଛି ୧୬ନ ଜାତୀୟ ରାଜପଥ ଗଡ ଖୋର୍ଦ୍ଧା ଛକ ନିକଟ ରେ। OD 33 U 7343 ନମ୍ୱର ବସ ଟି କଟକ ଜଗତ ପୁର ରୁ ଖୋର୍ଦ୍ଧା ଅଭି ମୁଖେ ଆସୁଥିଲା। ଡ଼୍ରାଇଭର କହିବା ଅନୁସାରେ ଗଡ ଖୋର୍ଦ୍ଧା ଛକରେ ଇଞ୍ଜିନ ପାଖରୁ ଧୁହଁ ବାହାରିବା ଦେଖିବାରୁ ସମସ୍ତ ଯାତ୍ରୀ ଙ୍କୁ ଓହ୍ଲାଇ ଅଗ୍ନି ନିର୍ବପକ୍ ଯନ୍ତ୍ର ରେ ନିଭାଇ ବାକୁ ପ୍ରଥମେ ଚେଷ୍ଟା କରିଥିଲେ। ତାହା ଅଣାୟତ୍ତ ହେବାରୁ ଖୋର୍ଦ୍ଧା ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ର ତିନୋଟି ଟିମ୍ ଘଟଣା ସ୍ଥଳ ରେ ପହଞ୍ଚି ପ୍ରାୟ ୩୦ମିନିଟ ପରିଶ୍ରମ କରି ନିଆଁ କୁ ଆୟତ କରିଥିଲେ। ଅଗ୍ନିକାଣ୍ଡ ର ନିର୍ଦ୍ଧିଷ୍ଟ କାରଣ ଜଣାପଡି ନାହିଁ। ଘଟଣା ସ୍ଥଳ ରେ ଶିଳ୍ପାଞ୍ଚଳ ଥାନା ପୋଲିସ, ପରିବହନ ଅଧିକାରୀ ଆମ ବସ ର ଖୋର୍ଦ୍ଧା ଟିମ୍ ସମସ୍ତେ ପହଞ୍ଚି ଅଗ୍ନିକାଣ୍ଡ ର କାରଣ ଉପରେ ତର୍ଜମା କରୁଛନ୍ତି।
