ସିଙ୍ଗାରୀ ଘାଟିରେ ଅଟୋରିକ୍ସା ଦୁର୍ଘଟଣାଗ୍ରସ୍ତ
ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଗତକାଲି ରାତି ପ୍ରାୟ ୧O ଟା ସମୟରେ ଜୁନାଗଡ ଠାରୁ ଥୁ. ରାମପୁରକୁ ସଂଯୋଗ କରୁଥିବା ରାସ୍ତା ମଝିରେ ପଡୁଥିବା ସିଙ୍ଗାରୀ ଘାଟିରେ ଏକ ଅଟୋରିକ୍ସା ଦୁର୍ଘଟଣାଗ୍ରସ୍ଥ ହୋଇଛି। ଖବର ନେବାରେ ଜଣାପଡିଛି ଯେ’ ଥୁ. ରାମପୁର ଥାନା ଅନ୍ତର୍ଗତ ତୁମୁନିଖୋଲ ଗ୍ରାମର ୧୨ ଜଣ ମହିଳା ଓ ପୁରୁଷ ଯାତ୍ରୀ ଏକ ଅଟୋ ଜରିଆରେ ଅନ୍ୟ ଏକ ଗ୍ରାମକୁ ଯାଇ ରାତିରେ ନିଜ ଗ୍ରାମକୁ ଫେରୁଥିବା ବେଳେ, ଦୁର୍ଘଟଣା ପ୍ରବଣ ସିଙ୍ଗାରୀ ଘାଟିରେ ଅଟୋ ଚାଳକର ବେପରୁଆ ଭାବେ ଗାଡି ଚାଳନା ଯୋଗୁଁ ଅଟୋଟି ଭାରସାମ୍ୟ ହରାଇଥିଲା। ଠିକ ସମୟରେ ଅଟୋ ଚାଳକ ଜଣକ ଚଳନ୍ତା ଅଟୋରୁ ଡିଆଁ ମାରି ଫେରାର ହୋଇଯାଇଥିବାବେଳେ, ୧୨ ଜଣ ଯାତ୍ରୀଙ୍କ ସହ ଅଟୋଟି ଘାଟି ଉପରୁ ପ୍ରାୟ ୩O ଫୁଟ ତଳକୁ ଖସି ପଡିଥିଲା। ଏଥିରେ ପ୍ରାୟ ୮ ଜଣ ମହିଳା ଓ ପୁରୁଷ ଗୁରୁତର ଆଘାତ ହୋଇଥିବା ବେଳେ ଅନ୍ୟ ୪ ଜଣ ସାମାନ୍ୟ ଆଘାତ ହୋଇଛନ୍ତି। ଏହି ଖବର ଥୁ. ରାମପୁର ପୋଲିସ ନିକଟରେ ପହଂଚିବା ପରେ, ପୋଲିସ ଅତିଶୀଘ୍ର ଘଟଣାସ୍ଥଳରେ ପହଞ୍ଚି ଘଟଣା ସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରି କଲମପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା ଏବଂ ଅଟୋ ଚାଳକ ବିରୋଧରେ ଏକ ମାମଲା ୠଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।
