March 12, 2026

ପୁରୀ ବିଚ ଫୋଟଗ୍ରାଫର ମହାସଙ୍ଘ ପକ୍ଷରୁ ବିଶ୍ୱ ଫୋଟଗ୍ରାଫର ଦିବସ ପାଳନ କରାଯାଇଛି l

IMG-20250821-WA0015
Share

ଗତକାଲି ବିଶ୍ୱ ଫୋଟଗ୍ରାଫର ଦିବସ ଥିବାବେଳେ ପୁରୀ ବିଚ ଫୋଟଗ୍ରାଫର ମହାସଂଘ ପକ୍ଷରୁ ସକାଳୁ ପୁରୀ ବିଚ ଦିଗବାରେଣୀ ଖୁଣ୍ଟି ଠାରୁ ଲାଇଟ ହାଉସ ପର୍ଯ୍ୟନ୍ତ ବିଚ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା l ଦିନ ଏଗାରଟାରେ ନବକଳେବର ରୋଡ଼ ସ୍ଥିତ ଜରାଶ୍ରମ ରେ ଫଳ ବଣ୍ଟନ କରାଯିବା ସହିତ ସନ୍ଧ୍ୟାରେ ପୁରୀ ଟାଉନହଲ ପରିସରରେ ମହାସଂଘ ପକ୍ଷରୁ ୧୭ତମ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା l ଅନୁଷ୍ଠାନ ର ସଭାପତି ଶିଙ୍ଗିଲ ଶିବା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଓଡିଶା ସରକାରଙ୍କ ଜଳ ସମ୍ପଦ ଓ ପଶୁ ପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସମ୍ମାନିତ ଅତିଥିଭାବେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ସତ୍ୟବାଦୀ ବିଧାୟକ ଓମପ୍ରକାଶ ମିଶ୍ର, ସମ୍ମାନିତ ଅତିଥିଭାବେ ପୁରୀ ବିଧାୟକ ସୁନୀଲ ମହାନ୍ତି, ଅଲ ଓଡିଶା ଫୋଟଗ୍ରାଫର ଆସୋସିଏସନ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି, ଜିଲ୍ଲା ମଣ୍ଡଳ କମିଶନର ଚୌଧୁରୀ ସୁବ୍ରତ କୁମାର ଜେନା, ମହାସଙ୍ଘର ଦୀର୍ଘଦିନର ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ କୁମାର ପରିଜା, ବରିଷ୍ଠ ସମାଜସେଵୀ ସିଦ୍ଧାର୍ଥ କୁମାର ରାୟ,ଜିଲ୍ଲା ବିଜେପି ଉପସଭାପତି ଦିଗଦର୍ଶନ ପଟ୍ଟନାୟକ, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଉମାକାନ୍ତ ନାୟକ, ବିଜେପି ରାଷ୍ଟ୍ରୀୟ ସଦସ୍ୟ ତଥା ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ସେବକ ମଧୁସୂଦନ ସିଂହାରୀ ମଞ୍ଚାସିନ ଥିଲେ l ଏହି କାର୍ଯ୍ୟକ୍ରମ ରେ ମହାସଙ୍ଘର ସଭାପତି ଶିଙ୍ଗିଲ ଶିବା ଅତିଥିମାନଙ୍କୁ ସମ୍ବୋର୍ଦ୍ଧିତ କରିଥିଲେ l ପରେପରେ ସମ୍ପାଦକ ସତ୍ୟନାରାୟଣ ଭଞ୍ଜ ସମ୍ପାଦକୀୟ ବିବରଣୀ ପାଠ କରି ମଞ୍ଚାସିନ ଅତିଥିମାନଙ୍କ ଉଦେଶ୍ୟ ରେ ଯଥା ଆଇକାର୍ଡ, ସଙ୍ଘର କାର୍ଯ୍ୟାଳୟ, କ୍ୟାମେରା ବୀମା ଏବଂ ପ୍ରତ୍ୟେକ ଘାଟରେ ଶୌଚାଳୟ ସ୍ଥାପନ ପାଇଁ ନିବେଦନ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ସଭାପତି ଶିଙ୍ଗିଲ ଶିବାଙ୍କ ସହିତ ସମ୍ପାଦକ ସତ୍ୟନାରାୟଣ ଭଞ୍ଜ ଓ କୋଷାଧକ୍ଷ ପ୍ରଭାତ ସେଠୀଙ୍କ ସହିତ ଅନୁଷ୍ଠାନ ର ସମସ୍ତ କାର୍ଯ୍ୟକର୍ତା ଏବଂ ୬୦୦ ରୁ ଉର୍ଦ୍ଧ ଫୋଟଗ୍ରାଫର ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ