ଆଜିର ଖବର..
୧-ପ୍ରଧାନମନ୍ତ୍ରୀ ହୁଅନ୍ତୁ କି ମୁଖ୍ୟମନ୍ତ୍ରୀ , ୩୦ ଦିନ ପର୍ଯ୍ୟନ୍ତ ଜେଲରେ ରହିଲେ ପଦ ଯିବ,ଲୋକସଭାରେ ଏହି ସମ୍ବିଧାନ ସଂଶୋଧନ ବିଲ୍ ଆଗତ ।
୨-ଭୁବନେଶ୍ୱର: ବିଦ୍ୟାଳୟ ପରିଚାଳନା ସମିତି ଦ୍ଵାରା ଶିଶୁ ସେବିକା ହେବେ ନିଯୁକ୍ତ,ବୟସ ରହିବ ୧୮ରୁ ୪୫ ବର୍ଷ।
୩-ପୁରୀ: ଶୃଙ୍ଖଳିତ ଦର୍ଶନ ପାଇଁ ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବ ଧାଡ଼ି ଦର୍ଶନ।
୪-Sept 21: ତାରିଖ ଗୋଟିଏ, ହେଲେ ପରୀକ୍ଷା ଅନେକ,ଏଏସଓ ଓ ସିଜିଏଲ୍ ପରୀକ୍ଷା, ପୋଲିସ ପରୀକ୍ଷା…ଅନିଶ୍ଚିତତା ଭିତରେ ଲକ୍ଷ ଲକ୍ଷ ଚାକିରି ଆଶାୟୀ।
୫-ଜଗତସିଂହପୁର: ନାବାଳିକାଙ୍କୁ ବିବାହ ଓ ନିର୍ଯାତନା ଘଟଣା, ଜେଲ୍ ଗଲେ SI ଅମିତ।
୬-ନୂଆଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ଭବନରେ ଓଡ଼ିଆ ଐତିହ୍ୟର ଝଲକ ରହିବ।
୭-ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ; ପ୍ରତି ପଂଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର।
୮-ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ, ହାଏ କୃଷ୍ଣ ହାଏ କୃଷ୍ଣ ବଲି ଯାଉ ମୋର ଜୀବନ ଗୀତ ଲେଖି ପ୍ରସିଦ୍ଧି ଲାଭ କରିଥିଲେ।
୯-ପ୍ରବଳ ବର୍ଷା ପାଇଁ ଆଜି ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି,୨୪ ତାରିଖ ପରେ କମିବ ବର୍ଷା ପରିମାଣ।
୧୦-ବିଦ୍ୟାଳୟ ପରିଦର୍ଶନ ବେଳେ ନଜରକୁ ଆସିଲା ବିଶୃଙ୍ଖଳା; ୫ ଜଣ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ କାରଣଦର୍ଶାଓ ନୋଟିସ୍ ପଠାଇଲେ କେନ୍ଦ୍ରାପଡ଼ା ବିଇଓ।
୧୧-ହୁମ୍ମାଠାରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମହିଳାଙ୍କ ପରିବାରକୁ ୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ।
୧୨-ଲୋକସଭାରେ ପାସ୍ ହେଲା ଅନଲାଇନ୍ ଗେମିଂ ବିଲ୍-୨୦୨୫।ବିଲ୍ରେ ସବୁ ଅନଲାଇନ୍ ସଟ୍ଟାବାଜୀ ଏବଂ ଜୁଆ ଆଧାରିତ କାର୍ଯ୍ୟକଳାପକୁ ମଧ୍ୟ ବେଆଇନ ଘୋଷଣା କରାଯାଇଛି।
୧୩-ନବୀନଙ୍କ ସହ କଥାହେଲେ ଓ ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦି
୧୪-ଓଡ଼ିଶାର ଚାନ୍ଦିପୁରରେ ଅଗ୍ନୀ-୫ କ୍ଷେପଣାସ୍ତ୍ରର ହେଲା ସଫଳ ପରୀକ୍ଷଣ।
୧୫-କିଟ୍ ପଲିଟେକ୍ନିକ୍ର ୩୧ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଡ. ଅଚ୍ୟୁତ ସାମନ୍ତ।
୧୬-ନାବାଳିକା ଝିଅର ଅଶ୍ଳୀଳ ଭିଡ଼ିଓ ଭାଇରାଲ କରିବା ଅଭିଯୋଗରେ ୭ ଯୁବକ ଗିରଫ,କୋର୍ଟ ଚାଲାଣ କଲା ବରଗଡ଼ ଜିଲ୍ଲାର ଭେଡେନ ପୁଲିସ।
୧୭-ଆନ୍ଧ୍ର ପ୍ରଦେଶ:ଭେଙ୍କଟେଶ୍ବର ସ୍ବାମୀଙ୍କୁ ୧୪୦ କୋଟି ଟଙ୍କାର ୧୨୧ କିଲୋ ସୁନା ଦାନ କଲେ ଭକ୍ତ; ବ୍ୟବସାୟରେ ଉନ୍ନତି ଯୋଗୁଁ କଲେ ଅପର୍ଣ।
୧୮-ତେଲ କିଣିବା ନେଇ ଭାରତକୁ ବଡ଼ ଅଫର ଦେଲା ଋଷ, ତେଲ କ୍ରୟ ଉପରେ ୫ପ୍ରତିଶତ ରିହାତି : ଆଉ କାମ ଦେବନି ଟ୍ରମ୍ପଙ୍କ ଧମକ।
୧୯-ପଶ୍ଚିମ ଆଫଗାନିସ୍ତାନ:ପ୍ରବାସୀଙ୍କୁ ଧରି ଫେରୁଥିବା ବେଳେ ରାଜପଥରେ ଜଳିଗଲା ଯାତ୍ରୀବାହୀ ବସ୍; ୧୯ ଶିଶୁଙ୍କ ସମେତ ୭୯ ଜଣ ଦୁର୍ଘଟଣାରେ ମୃତ।
୨୦-ତେଲ ଆଭିଭ୍:ଇସ୍ରାଏଲର ଗାଜା ବିଜୟ ଅଭିଯାନ,୬୦ ହଜାର ସଂରକ୍ଷିତ ସୈନ୍ୟଙ୍କୁ ହେଲା ଡକରା।
*ସୁପ୍ରଭାତ*
