November 15, 2024

୨ ସାଇକଲ ଚୋରକୁ କୋର୍ଟ ଚାଲାଣ , ୧୧ ସାଇକେଲ ଜବତ 

Share

ବୁଗୁଡା : ତା ୨୧/୦୭/୨୪ : ବୁଗୁଡା ଥାନା ଅଞ୍ଚଳରେ ଘନ ଘନ ସାଇକେଲ ଚୋରି ଘଟଣା ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ବିଭିନ୍ନ ସ୍ଥାନରେ ଚଡାଉ କରି ପୋଲିସ ୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୧ ସାଇକଲ ଉଦ୍ଧାର କରାଯାଇଥିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ସୂଚନା ଦେଇଛନ୍ତି ଭଞ୍ଜନଗର ଏସଡିପିଓ ସୁଜିତ କୁମାର ନାୟକ l ଅଭିଯୁକ୍ତ ଦ୍ବୟ ହେଲେ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଜିରାବାଡି ଗ୍ରାମର କାହ୍ନୁ ପଣ୍ଡା ଓ କୁମୁଣ୍ଡା ଗ୍ରାମର ସନ୍ଦୀପ କୁମାର ସାହୁ ଓରଫ୍ ବିଜୁ l ଗତ ଅଗଷ୍ଟ ୧୫ ତାରିଖ ଦିନ ସାଇକଲ ଚୋର ସନ୍ଧେହରେ ଲୋକେ ଜଣକୁ ଧରି ପୋଲିସରେ ଦେବା ପରେ ପୋଲିସ ତା’ଠାରୁ ତଥ୍ଯ ସଂଗ୍ରହ କରିବା ପରେ ଏକ ରାକେଟ କାମ କରୁଥିବା ସୂଚନା ପାଇଥିଲେ l ଫଳରେ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ଏସ୍ଆଇ ସମୀର କୁମାର ସେଠୀଙ୍କ ନେତୃତ୍ୱରେ ଏଏସ୍ଆଇ ସୁମନ୍ତ ବେହେରା ଓ ବାପୁଜୀ ଖଣ୍ଡଗିରିଙ୍କୁ ନେଇ ଏକ ଟିମ୍ ଗଠନ ହୋଇଥିଲା l ଏହି ଟିମ ବିଭିନ୍ନ ସ୍ଥାନରେ ଚଡ଼ଉ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଚୋରି ସାଇକଲ ଜବତ କରିଥିଲା l ସନ୍ଦିପର ଏକ ସାଇକେଲ ଦୋକାନ ଛାମୁଣ୍ଡା ଗ୍ରାମରେ ଓ ଏକ ଜଳଖିଆ ଦୋକାନ କୁମୁଣ୍ଡା ଗ୍ରାମରେ ଥିବା ବେଳେ ଚୋରି ସାଇକେଲ ଗୁଡ଼ିକ ସେଠାରେ ହିଁ ରହୁଥିଲା । ଏହି ସିରିଜ୍ ସାଇକେଲ ଚୋରି ଘଟଣାରେ ଜଡିତ ଜଗନ୍ନାଥ ପ୍ରସାଦ ଗ୍ରାମ କୁମ୍ଭାର ସାହିର ରବି ନାଇକ ଓରଫ ଲଣ୍ଡା ଓ ଚିକୁ ବେହେରା ଫେରାର ଥିବା ଜଣା ପଡିଛି l ଜବତ ହୋଇଥିବା ସାଇକେଲଗୁଡିକ ସାଇକେଲ ମାଲିକମାନେ ଆବଶ୍ୟକ ପ୍ରମାଣ ଦେଇ ବୁଗୁଡ଼ା ଥାନାରୁ ନେଇ ପାରିବେ ବୋଲି ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି କହିଛନ୍ତି l